ଆଇଇଡି ବିସ୍ଫୋରଣ: ଗଣମାଧ୍ୟମ ପ୍ରତିନିଧି ମୃତ

କାବୁଲ,୭।୧୧: ଆଫଗାନିସ୍ତାନର କାବୁଲରେ ଶନିବାର ସକାଳ ୭ଟା ୩୦ରେ ଏକ ଆଇଇଡି ବିସ୍ଫୋରଣରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ଗଣମାଧ୍ୟମ ପ୍ରତିନିଧିଙ୍କୁ ୟାମା ସିଓ୍ବାଶ ଭାବେ ଚିହ୍ନଟ କରାଯାଇଛି। ମୃତକମାନେ ଗାଡ଼ିରେ ଯାଉଥିବାବେଳେ ଏଭଳି ଘଟିଛି। କୌଣସି ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣ କରାଯାଇଥିବା ସମ୍ପର୍କରେ ଘୋଷଣା କରାଯାଇ ନାହିଁ।

Share