Categories: ଜାତୀୟ

ଟଳିଲା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୨୦ା୭: ଜମ୍ମୁ-କଶ୍ମୀରର ଶ୍ରୀନଗର ଜିଲାରେ ୩୦ କେଜି ଆଇଇଡି ବିସ୍ଫୋରକକୁ ମଙ୍ଗଳବାର ନିଷ୍କ୍ରିୟ କରିଦେଇଛି ସୁରକ୍ଷା ବଳ। ଫଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି। କାରଣ ଶ୍ରୀନଗରର ଉପକଣ୍ଠ ଅଞ୍ଚଳର ତଙ୍ଗପୁରା ବନ୍ଧ ଠାରେ ରାସ୍ତା ଠାରୁ ୭୦୦ ମିଟର ଦୂରରେ ଏତେ ପରିମାଣର ବିସ୍ଫୋରକ ଲୁଚାଯାଇଥିଲା। ସୋମବାର ରାତିରେ ଖବର ପାଇବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେଶନ। ଉପତ୍ୟକାକୁ ଅସ୍ଥିର କରିବା ପାଇଁ ଆତଙ୍କବାଦୀମାନେ ଏଭଳି ପ୍ରୟାସ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମଙ୍ଗଳବାର ସକାଳେ ସେନାର ବୋମା ନିଷ୍କ୍ରିୟକାରୀ ଦଳ ସଫଳତାର ସହ ବିସ୍ଫୋରକକୁ ନିଷ୍କ୍ରିୟ କରିଥିଲେ। ତଙ୍ଗପୁରା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

Share