ରାସ୍ତାକୁ ଗୋରୁ ଛାଡ଼ିଲେ ଗଣିବେ ଜରିମାନା

ଭୁବନେଶ୍ୱର,୧୧।୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବୁଲା ଗାଈଗୋରୁଙ୍କ ପ୍ରାର୍ଦୁଭାବ କମାଇବା ପାଇଁ ବିଏମ୍‌ସି ପଦକ୍ଷେପ ନେଉଛି। ଏଣିକି ବୁଲାଗୋରୁ ହୁଅନ୍ତୁ ଅବା ଗୃହପାଳିତ ପ୍ରାଣୀ ସେମାନେ ରାସ୍ତାରେ ବୁଲିପାରିବେ ନାହିଁ। ରାସ୍ତାରେ ବୁଲିଲେ ସେମାନଙ୍କୁ ବିଏମ୍‌ସି ସ୍କ୍ବାଡ୍‌ ଉଠାଇନେବ। ସେହିପରି ଯେଉଁ ମାଲିକମାନେ ସେମାନଙ୍କ ଗୋରୁକୁ ରାସ୍ତାକୁ ଛାଡ଼ିବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ ଯୋଜନା ହୋଇଛି। ରାଜଧାନୀ ତଥା ଉପକଣ୍ଠ ଅଞ୍ଚଳ ରାସ୍ତାରେ ଦଳ ଦଳ ହୋଇ ଗୋରୁପଲଙ୍କ ଯୋଗୁ ଅନେକ ସମୟରେ ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଘଟୁଛି। ତେଣୁ ବିଏମ୍‌ସି ପକ୍ଷରୁ ଖୁବ୍‌ଶୀଘ୍ର ଏ ନେଇ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି। ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍‌ ରାସ୍ତାରେ ବୁଲୁଥିବା ଗୋରୁଙ୍କୁ ଧରି କାଞ୍ଜିଆହୁଦାରେ ରଖିବ। ଏହି ସମୟରେ ମାଲିକ ସେମାନଙ୍କ ଗୋରୁ ନେବାକୁ ଆସିଲେ ବାଛୁରୀଙ୍କୁ ଦିନ ପିଛା ୧ହଜାର ଟଙ୍କା ଏବଂ ଗାଈ ପାଇଁ ଦିନକୁ ଦେଢ଼ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି ୨/୩ ଦିନ ଭିତରେ ସମ୍ପୃକ୍ତ ଗୋରୁଙ୍କ ମାଲିକ ସେମାନଙ୍କୁ ନେବାକୁ ନ ଆସନ୍ତି ତେବେ ବିଏମ୍‌ସିର ଗୋଶାଳା ଜାମୁକୋଳିକୁ ପଠାଇ ଦିଆଯିବ। ବିଏମ୍‌ସି ସେମାନଙ୍କର ରକ୍ଷଣାବେକ୍ଷଣ କରିବ ବୋଲି ବିଏମ୍‌ସି ଡେପୁଟି କମିଶନର (ଓ୍ବେଲଫେୟାର୍‌) ରମେଶ ଚନ୍ଦ୍ର ଜେନା ରବିବାର ସୂଚନା ଦେଇଛନ୍ତି। ସହରରେ ଅନେକ ବ୍ୟକ୍ତି ଗୋରୁ ରଖୁଥିଲେ ବି ସେମାନଙ୍କର ଠିକ୍‌ ଭାବେ ଯତ୍ନ ନେଉ ନାହାନ୍ତି। ଅନେକଙ୍କର ଗୁହାଳ ନ ଥିବାରୁ ଗୋରୁଙ୍କୁ ରାସ୍ତା କଡ଼ରେ ଛାଡ଼ି ଦେଉଛନ୍ତି। ତେଣୁ ସେମାନଙ୍କ ପାଇଁ ବିଏମ୍‌ସି ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରିବ। ଏହି ସ୍କ୍ବାଡ୍‌ ଗୋରୁ ରଖୁଥିବା ଲୋକଙ୍କ ଘରକୁ ଯାଇ ଗୁହାଳ ଅଛି କି ନାହିଁ ତଦାରଖ କରିବେ। ଏଥିସହ ଗୋପାଳନ କରିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଦେଖିବେ। ଖୁବ୍‌ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଡେପୁଟି କମିଶନର କହିଛନ୍ତି।
ବିଏମ୍‌ସି ପକ୍ଷରୁ ଖୁବ୍‌ଶୀଘ୍ର ଆଉ ଦୁଇଟି ଗୋଶାଳା ନିର୍ମାଣ କରାଯିବ। ଏଥିପାଇଁ ଖୋର୍ଦ୍ଧା ଜିଲାପାଳଙ୍କୁ ୧୨ ଏକର ଏବଂ ୯ ଏକର ପରିମିତ ଦୁଇଟି ଜାଗା ମଗାଯାଇଛି। ଜାଗା ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ବୁଲା ଗୋରୁଙ୍କ ପାଇଁ ଜାମୁକୋଳିଠାରେ ଗୋଟିଏ ଗୋଶାଳା ରହିଛି। ସେଠାରେ ଏବେ ୧୭୫ ଗୋରୁ ରହିଛନ୍ତି। ସହରରେ ୨ହଜାରରୁ ଊର୍ଦ୍ଧ୍ୱ ବୁଲା ଗୋରୁ ଥିବାବେଳେ ଗୋଟିଏ ଗୋଶାଳାରେ ସମସ୍ତଙ୍କୁ ରଖିବା ସମ୍ଭବ ହେଉନାହିଁ। ତେଣୁ ଆଉ ଦୁଇଟି ଗୋଶାଳା ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହେଉଛି। ଏ ସମ୍ପର୍କରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଅନେକ ସମୟରେ ବୁଲା ଗୋରୁଙ୍କ ପାଇଁ ଦୁର୍ଘଟଣା ଘଟୁଛି। ତେଣୁ ଏହାକୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଖୁବ୍‌ ଶୀଘ୍ର ଏନେଇ ସମସ୍ତ ପ୍ରକ୍ରିୟା ସହ ଗୋଶାଳା ନିର୍ମାଣ କରାଯିବ। ବାହାରେ ଗୋରୁମାନେ ପଲିଥିନ୍‌ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍‌, ଅଇଁଠା ଆଦି ଖାଉଛନ୍ତି। ମାତ୍ର ସେଠାରେ ସେମାନଙ୍କୁ ଭଲ ଖାଇବା ଦିଆଯିବା ସହ ଉପଯୁକ୍ତ ଯତ୍ନ ନିଆଯିବ। ପ୍ରାୟ ୪/୫ ହଜାର ଗୋରୁ ରହିବା ଭଳି ବ୍ୟବସ୍ଥା କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକାମଣ୍ଡି ଉଦ୍‌ଘାଟିତ

ଉମରକୋଟ, ୧୮।୧୧(ସନ୍ତୋଷ ଶତପଥୀ): କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ୍‌ ପକ୍ଷରୁ ନବରଙ୍ଗପୁର ଜିଲାର ଉମରକୋଟ, ଝରିଗାଁ ଓ ରାଇଘରରେ ମକାମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଉମରକୋଟ ଆର୍‌ସିଏମ୍‌ଏସ୍‌...

ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରର ୧୧ ଛାତ୍ରୀ ଅସୁସ୍ଥ

ଦେବଗଡ଼,୧୮।୧୧: ଦେବଗଡ଼ ଜିଲା ମୁଖ୍ୟ ହସ୍ପିଟାଲ ପରିସର ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ସୋମବାର ଏକ ଅଘଟଣ ଘଟିଛି। ୧୧ଜଣ ଏଏନ୍‌ଏମ୍‌ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ...

ସମୀର ଦେଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ: ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ନବୀନଙ୍କ ଯାଏ …

କଟକ,୧୮।୧୧: ତେବେ ସମୀର ଦେ’ଙ୍କ ଦେହାନ୍ତକୁ ନେଇ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ର ପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ରାଜନେତା...

ଖାନନଗର ମଶାଣିରେ ହେବ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ

କଟକ,୧୮।୧୧: କଟକ ଖାନନଗର ମଶାଣିରେ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ କରାଯିବ। ଏ ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି।...

ବାଲିଯାତ୍ରାରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

କଟକ,୧୭।୧୧: ବାଲିଯାତ୍ରାର ତୃତୀୟ ଦିନରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ...

ଆଗାମୀ ତିନିଦିନ ଏହି ସମସ୍ତ ଜିଲାରେ ଘନ କୁହୁଡ଼ି ସମ୍ଭାବନା: ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮।୧୧: ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ଦେଖାଯାଇଥିବା ସର୍ବନିମ୍ନ କିମ୍ବା ରାତିର ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ ବୋଲି...

ପରଲୋକରେ ବରିଷ୍ଠ ଭାଜପା ନେତା ସମୀର ଦେ

ଭୁବନେଶ୍ୱର,୧୮।୧୧: ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ପରଲୋକ...

ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ଜାନୁଆରୀ ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଅଳଙ୍କାର ଗଣତି

ଭୁବନେଶ୍ୱର/ପୁରୀ,୧୮ା୧୧: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ରତ୍ନଭଣ୍ଡାର ଅଳଙ୍କାର ଗଣତିକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାରର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri