ଯଦି ଅମ୍ବାନୀ ପ୍ରତିଦିନ ୩କୋଟି ଟଙ୍କା ଖର୍ଚ୍ଚ କରନ୍ତି, ଏତିକି ଦିନରେ ଶେଷ ହୋଇଯିବ ତାଙ୍କର ପୁରା ସମ୍ପତ୍ତି

ନୂଆଦିଲ୍ଲୀ,୧୩।୭: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସବୁବେଳେ ଲାମଲାଇଟରେ ରହିଥା’ନ୍ତି। ସମ୍ପ୍ରତି, ଆଜିକାଲି ସେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ବିଷୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ବିବାହ ଦେଶର ସବୁଠାରୁ ମହଙ୍ଗା ବିବାହ ବୋଲି ସବୁଠି କୁହାଯାଉଛି।

ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଦୁନିଆର ଏକାଦଶ ତମ ଧନୀ ବ୍ୟକ୍ତି ଅଟନ୍ତି। ସୂଚନା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ହେଉଛି ୧,୦୨,୧୧,୩୭,୭୩,୦୦,୦୦୦(୧୦.୨୧ ଲକ୍ଷ କୋଟି ଟଙ୍କା)। ଯଦି ମୁକେଶ ଅମ୍ବାନୀ ଏଥିରୁ ଯଦି ଦୈନିକ ୩କୋଟି ଟଙ୍କା ଖର୍ଚ୍ଚ କରନ୍ତି କିମ୍ବା ଦାନ କରନ୍ତି, ତେବେ ଆସନ୍ତୁ ଜାଣିବା କେତେ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ଶେଷ ହୋଯିବ?

ଯଦି ସେ ସମୁଦାୟ ସମ୍ପତ୍ତିରୁ ଦୈନିକ ୩କୋଟି ଟଙ୍କା ଖର୍ଚ୍ଚ କରନ୍ତି କିମ୍ବା ଦାନ କରନ୍ତି, ତେବେ ତାଙ୍କ ସମସ୍ତ ସମ୍ପତ୍ତି ଆଉ ୩୪୦୩୭୯ ଦିନରେ ଶେଷ ହୋଇଯିବ। ଯଦି ହିସାବ କରାଯାଏ ତେବେ ଗୋଟିଏ ବର୍ଷରେ ୩୬୫ ଦିନ ଅଛି । ବର୍ତ୍ତମାନ ୩୪୦୩୭୯ ଦିନକୁ ବର୍ଷରେ ପରିଣତ କଲେ, ତାଙ୍କୁ ଶେଷ କରିବାକୁ ୯୩୨ ବର୍ଷ ୬ ମାସ ଲାଗିବ।

ଯଦି ମୁକେଶ ଅମ୍ବାନୀ ତାଙ୍କର ମୋଟ ସମ୍ପତ୍ତିରୁ ଦୈନିକ ୩ କୋଟି ଟଙ୍କା ଖର୍ଚ୍ଚ କରନ୍ତି କିମ୍ବା ଦାନ କରନ୍ତି, ତେବେ ସମସ୍ତ ସମ୍ପତ୍ତି ଶେଷ କରିବାକୁ ୯୩୨ ବର୍ଷ ୬ ମାସ ଲାଗିବ। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ୨୦୨୪ ମସିହାରେ ଅମ୍ବାନୀଙ୍କ ନିଟ ମୂଲ୍ୟ ପ୍ରାୟ ୧.୯୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

 

Share