ଆମେରିକା ସ୍ପେଲିଂ ବି ଜିତିଲେ ଭାରତୀୟ ବଂଶୋଦ୍ଭବ ଦେବ ଶାହା

ଓ୍ବାଶିଂଟନ, ୩ା୬: ଭାରତୀୟ ବଂଶୋଦ୍ଭବ ୧୪ ବର୍ଷୀୟ ଦେବ ଶାହା ଗୁରୁବାର ରାତିରେ ଆମେରିକାର ସମ୍ମାନଜନକ ୨୦୨୨୩ ସ୍କ୍ରିପ୍ସ ନ୍ୟାଶନାଲ ସ୍ପେଲିଂ ବି ଜିତି ୫୦,୦୦୦ ଡଲାର ନଗଦ ରାଶି ପୁରସ୍କାର ପାଇଛନ୍ତି। ୧୧ ଅକ୍ଷର ବିଶିଷ୍ଟ ଶବ୍ଦ ‘ସେମୋଫାଇଲ୍‌’ର ଠିକ୍‌ ଉଚ୍ଚାରଣ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଫ୍ଲୋରିଡ଼ାର ଏହି ଅଷ୍ଟମ ଶ୍ରେଣୀ ଛାତ୍ର ୨୦୧୯ ଏବଂ ୨୦୨୧ରେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସ୍ପେଲିଂ ବି’ର ଗତ ୨୪ ବର୍ଷର ଇତିହାସରେ ସେ ଦକ୍ଷିଣ ଏସୀୟ ଐତିହ୍ୟ ଥିବା ୨୨ତମ ଚାମ୍ପିୟନ୍‌। ଭର୍ଜିନିଆର ୧୪ ବର୍ଷୀୟ ଚାର୍ଲୋଟ୍‌ ଓ୍ବାଲ୍ସ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ହୋଇଛନ୍ତି।

Share