Categories: ଜାତୀୟ

ଯଦି କେହି ସରକାରୀ କର୍ମଚାରୀ ଆର୍‌ଏସ୍‌ଏସ୍‌ର ମେମ୍ବର ହୋଇଥାନ୍ତି ତେବେ…

ହାଇଦ୍ରବାଦ,୨୨ା୭: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର କାର୍ଯ୍ୟକଳାପରେ ଅଂଶଗହଣ କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। କଂଗ୍ରେସ ପ୍ରଥମେ ଏହି କଥା କରିଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସ୍‌ଦୁଦ୍ଦିନ ଓଓ୍ବାଇସି କହିଛନ୍ତି, ଯଦି କୌଣସି ସରକାରୀ କର୍ମଚାରୀ ଆର୍‌ଏସ୍‌ଏସ୍‌ର ସଦସ୍ୟ ତେବେ ସେ ଦେଶ ପ୍ରତି ବିଶ୍ୱସ୍ତ ହୋଇପାରିବେ ନାହିଁ। ଏହାର କାରଣ ହେଉଛି ଆର୍‌ଏସ୍‌ଏସ୍‌ ସମ୍ବିଧାନ ଏବଂ ତ୍ରିରଙ୍ଗାର ବିରୋଧୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କୁ କଡ଼ା ଆକ୍ରମଣ କରି ଓଓ୍ବାଇସି କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ କାର୍ଯ୍ୟାଳୟ ସ୍ମାରକପତ୍ର ବାଣ୍ଟିଛନ୍ତି। ଏଥିରେ ସରକାରୀ କର୍ମଚାରୀଙ୍କ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ପ୍ରତିବନ୍ଧକକୁ ହଟାଇବା ନେଇ ଚର୍ଚ୍ଚା ଚାଲିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଅଫିସ ସ୍ମାରକପତ୍ର ବାଣ୍ଟିବାବେଳେ ଓଓ୍ବାଇସି କହିଛନ୍ତି, ଯଦି ଏହି କଥା ସତ ତେବେ ଏହା ଭାରତର ଅଖଣ୍ଡତା ଏବଂ ଏକତା ବିରୋଧ ଅଟେ।

ହାଇଦ୍ରାବାଦ ଏମ୍‌ପି କହିଛନ୍ତି, ‘ସମ୍ବିଧାନ, ଜାତୀୟ ପତାକା ଏବଂ ଜାତୀୟ ସଂଗୀତ ଗ୍ରହଣ କରିବାକୁ ମନା କରିବାରୁ ଆର୍‌ଏସ୍‌ଏସ୍‌କୁ ବାରଣ କରାଯାଇଥିଲା। ପ୍ରତ୍ୟେକ ଆର୍‌ଏସ୍‌ଏସ୍‌ ସଦସ୍ୟ ହିନ୍ଦୁତ୍ୱକୁ ଦେଶ ଉପରେ ରଖିବା ପାଇଁ ଶପଥ ନେଇଛନ୍ତି। ଯଦି କୌଣସି ସରକାରୀ କର୍ମଚାରୀ ଆରଏସ୍‌ଏସ୍‌ର ସଦସ୍ୟ ଅଟନ୍ତି ତେଣୁ ସେ ଦେଶ ପ୍ରତି ବିଶ୍ୱସ୍ତ ହୋଇପାରିବେ ନାହିଁ।

Share