ବିଜେଡି ସଜନା ଗଛ ହେଲେ, ଆମେ ସଁବାଳୁଆ କାହିଁକି ଏମିତି କହିଲେ କର୍ପୋରେଟର ଅମରେଶ ଜେନା

ଭୁବନେଶ୍ୱର,୩୧ା୧୦: ଭୁବନେଶ୍ୱର ବିଜେଡିରେ ଥମୁନି କନ୍ଦଳ। ଜଣେ ପରେ ଜଣେ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଆଉ ଜଣେ ନେତା ତେର୍ଚ୍ଛାବାଣ ମାରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଅସଲ କଥା ହେଲା କର୍ପୋରେଟର ଅମରେଶ ଜେନା କହିଛନ୍ତି, ବିଜେଡି ସଜନା ଗଛ ହେଲେ ବିରଞ୍ଚି ଏବଂ ମୁଁ ହେଉଛୁ ସଁବାଳୁଆ। ଆମକୁ କେହି ବି ଅଲଗା କରିପାରିବେ ନାହିଁ । ଆମକୁ ଯିଏ ଯେତେ ଅଲଗା କରିବାକୁ ଚାହିଁଲେ ମଧ୍ୟ ଆମେ ଅଲଗା ହେବୁ ନାହିଁ।

କର୍ପୋରେଟର ଅମରେଶ,ବିରଞ୍ଚି ନାରାୟଣ ମହାସୂପକାର ଏବଂ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ଚାଲିଥିବା କଳି ଭିତରେ ଗୁରୁବାର ଏପରି କହିଛନ୍ତି ଅମରେଶ। ସେ କହିଛନ୍ତି କିଛି ଲୋକ ନିଜର ବ୍ୟକ୍ତିଗତ କାରଣ ପାଇଁ ଆମ ସହ ଲାଗିଛନ୍ତି। ତେବେ ଆମର ଲକ୍ଷ୍ୟ ସହରର ଉନ୍ନତି, ଦଳର ଉନ୍ନତି। ଆମର ସଭାପତି ଯାହା ଆମକୁ କାରଣ ଦର୍ଶାଅରେ ପଚାରିଥିଲେ ଆମେ ତାହାର ଉତ୍ତର ରଖିଛୁ। କାହାର ଯଦି ଆମ ପ୍ରତି ଅସନ୍ତୋଷ ଥିବ ସେ ଆମ ଉତ୍ତର ପଢ଼ନ୍ତୁ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବିଏମ୍‌ସିର ଏହି ଦୁଇ ବିଜେଡି କର୍ପୋରେଟର ଅମରେଶ ଏବଂ ବିରଞ୍ଚିଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପରେ ସେମାନେ ଏହାର ଉତ୍ତର ରଖିଛନ୍ତି। ନାଁ ନନେଇ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ପଣ୍ଡାଙ୍କ ଉପରେ ଅମରେଶ ବର୍ଷିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଓ୍ବାରରୁ ବାଦ ପଡ଼ିଲା ସ୍ମାର୍ଟଫୋନ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ଆଇଟମ

ଓ୍ବାଶିଂଟନ,୧୨।୪: ଟାରିଫ ଓ୍ବାର ମାଧ୍ୟମରେ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ...

ବାରମ୍ବାର ମିଛ କହୁଛନ୍ତି ତହଉର ରାଣା, ଏବେ NIA ନେବ ଏହି ଆକ୍ସନ

ନୂଆଦିଲ୍ଲୀ,୧୨।୪: ଜାତୀୟ ତଦନ୍ତ ସଂସ୍ଥା (NIA) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ନିରନ୍ତର ପଚରାଉଚରା କରୁଛି। ଫୋନରେ କଥା ହେଉଥିବା...

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ...

ରୋଜ ଭ୍ୟାଲି ପୋଞ୍ଜି ଘୋଟଲାରେ ଫଶିଥିବା ନିବେଶକଙ୍କୁ ମିଳିଲା ଆଶ୍ୱସ୍ତି, ୭୫. ଲକ୍ଷ ଲୋକଙ୍କୁ ସରକାର ଫେରାଇବେ ଟଙ୍କା

ନୂଆଦିଲ୍ଲୀ,୧୨।୪: ରୋଜ ଭ୍ୟାଲି ପୋଞ୍ଜି ଦୁର୍ନୀତିରେ ଠକେଇ ହୋଇଥିବା ଲକ୍ଷ ଲକ୍ଷ ନିବେଶକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସମ୍ପତ୍ତି...

ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ: ପ୍ରଦର୍ଶିତ ହେବ ୧୫ ଦେଶର ଚଳଚ୍ଚିତ୍ର

ଭବାନୀପାଟଣା,୧୨।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁଶନ କନ୍‌ଫରେନ୍ସ ହଲରେ ରବିବାର ଏପ୍ରିଲ ୧୩ ତାରିଖରୁ ଏପ୍ରିଲ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୧୪ ଲକ୍ଷ ଠକେଇ ଘଟଣା ଗୁଜରାଟରୁ ଦୁଇ ସାଇବର ଠକ ଗିରଫ

ବ୍ରହ୍ମପୁର,୧୨ା୪: (ସୁବାସ ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଗତ ଫେବୃଆରୀ ମାସରେ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ସାଇବର ଗ୍ୟାଙ୍ଗ ୧୪...

ମୁର୍ଶିଦାବାଦ ହିଂସାରେ ୩ ଜଣଙ୍କ ମୃତ୍ୟୁ, ୧୧୦ ଗିରଫ, ହାଇକୋର୍ଟ ଗଲା ଭାଜପା

କୋଲାକାତା,୧୨।୪: ପଶ୍ଚିମବଙ୍ଗର ଅନେକ ଜିଲାରେ ୱକଫ ଆଇନ ବିରୋଧରେ ହିଂସାତ୍ମକ ପ୍ରତିବାଦ ଦେଖିବାକୁ ମିଳୁଛି। ଶୁକ୍ରବାର ୱକଫ ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ସମୟରେ ମୁସଲିମ...

ବିଜୁଳି, ଘଡଘଡି ସହ ଛେଚୁଛି ବର୍ଷା

ଦାରିଙ୍ଗବାଡ଼ି,୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନଠାରୁ ବର୍ଷା ଲାଗିରହିଛି। ଅଦିନିଆ ବର୍ଷା ଯୋଗୁଁ ଅସହ୍ୟ ତାତିରୁ ସାମାନ୍ୟ ଆସ୍ବସ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image