Categories: ଜାତୀୟ

ଚମ୍ପାଇ ସୋରେନ ଯଦି ଭାଜପାକୁ ଯାଆନ୍ତି ତେବେ ସମର୍ଥନ ମିଳିବ କି ନାହିଁ ଜାଣନ୍ତୁ…

ଝାଡ଼ଖଣ୍ଡ,୨୧ା୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ଚମ୍ପାଇ ଏବେ କ’ଣ କରିବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଚମ୍ପାଇ କହିଛନ୍ତି, ମୋ’ ଚିନ୍ତାଧାରା ସହିତ ଖାପ ଖାଇଲା ଭଳି ନୂଆ ସାଥୀ ଖୋଜିବି ଏବଂ ତାଙ୍କ ସହିତ ଆଗକୁ ବଢ଼ିବି। ଜନସାଧାରଣଙ୍କ ଚାହିଦା ଯାହା ସେମିତି କରିବି।

ଅନ୍ୟପକ୍ଷରେ ଗାଁର ଆଦିବାସୀମାନେ କହିଛନ୍ତି ଯେ, ଚମ୍ପାଇଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତାଙ୍କୁ ଅପମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପଦବୀରୁ ବାଧ୍ୟ କରି କାଢ଼ି ଦିଅଯାଇଛି। ଚମ୍ପାଇଙ୍କ ଯୋଗୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଆଗକୁ ବଢ଼ିଛି। ବର୍ତ୍ତମାନ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କ୍ଷତିର ସମ୍ମୁଖୀନ ହୋଇପାରେ। ଚମ୍ପାଇ ମୁଖ୍ୟମନ୍ତ୍ରୀ ହୋଇ ରହିବା ଉଚିତ୍‌। ଭବିଷ୍ୟତରେ ସେ ଯାହା ପଦକ୍ଷେପ ନେବେ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି। ସେମାନେ କହିଛନ୍ତି, ସେ ନିଜ ଦଳ ଗଠନ କରନ୍ତୁ କିମ୍ବା ଭାଜପା ସହିତ ଯାଆନ୍ତୁ। ଆମେ ସମର୍ଥନ କରିବୁ। ଆଉ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ, ଯଦି ଚମ୍ପାଇ ସୋରେନ ଭାଜପାରେ ମିଶନ୍ତି ତେବେ ଆମେ ତାଙ୍କୁ ସମର୍ଥନ କରିବୁ ନାହିଁ। ତେବେ ଦେଖାଯାଉ ଚମ୍ପାଇ କ’ଣ ପଦକ୍ଷେପ ନେଉଛନ୍ତି।

Share