କରୋନା ଟିକା ନେଲେ ମିଳିବ ୧୦ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୫: ସମଗ୍ର ବିଶ୍ୱକୁ ମହାମାରୀ କରୋନା କବଳିତ କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି। ଏପରି ଘଟଣା ସତ୍ତ୍ୱେ କିଛି ଲୋକ କରୋନା ଟିକା ନେବାକୁ ନାରାଜ। ବିଶ୍ୱରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଟିକା ନେବା ପାଇଁ ଲଟେରି ବ୍ୟବସ୍ଥା ରହିଛି।

କରୋନା ଟିକା ନେବାକୁ ସଚେତନତା ସୃଷ୍ଟି ପାଇଁ ଆମେରିକାର ଓହିଓରେ ଏକ ଲଟେରି ସିଷ୍ଟମ ମାଧ୍ୟମରେ ପୁରସ୍କାର ଘୋଷଣା କରାଯାଇଛି। ଓହିଓ ଗଭର୍ଣ୍ଣର ମାଇକ ଡିଭାଇନ ଏହି ଯୋଜନା ଆରମ୍ଭ କରିଛନ୍ତି। ଓହିଓରେ ଟିକାକରଣ କରୁଥିବା ବ୍ୟକ୍ତି ଏହି ଲଟେରିରେ ଅଂଶଗ୍ରହଣ କରିପାରିବେ।

ଲଟେରି ଜିତୁଥିବା ସମସ୍ତ ଲୋକଙ୍କୁ ୧୦ କୋଟି ଟଙ୍କା ଦିଆଯିବ। ମାଇକ ଡିଭାଇନ କହିଛନ୍ତି ଯେ, ପ୍ରଥମ ସପ୍ତାହର ଲଟେରି ପାଇଁ ପ୍ରାୟ ୨୭ ନିୟୁତ ଲୋକ ଆବେଦନ କରିଛନ୍ତି। ଲଟେରିରେ ଯୋଗଦେବା ପାଇଁ ଦୁଇଟି ବର୍ଗ ସୃଷ୍ଟି କରାଯାଇଛି।ପ୍ରଥମ ବର୍ଗରେ ଓହିଓ ଦେଶବାସୀ ଏବଂ ୧୮ବର୍ଷରୁ ଅଧିକ ବୟସ୍କମାନେ ଅନ୍ତର୍ଭୁକ୍ତ ହେବେ। ଯେତେବେଳେ କି ୧୨ରୁ ୧୭ ବର୍ଷ ବୟସର ଯୁବକମାନଙ୍କ ପାଇଁ ଏକ ଅଲଗା ଲଟେରି ବ୍ୟବସ୍ଥା ରଖାଯାଇଛି।

କରୋନା ଟିକାର ଲଟେରି ଯୋଜନା ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକା ମାସ୍କରୁ ମୁକ୍ତି ଘୋଷଣା କରିଛି। ଆମେରିକାରେ ଏହି ରିହାତି ପ୍ରଦାନ କରାଯାଇଛି କାରଣ ଏହା ଜନସଂଖ୍ୟାର ୬୦ ପ୍ରତିଶତ ଲୋକଙ୍କୁ ଅତି କମରେ ଗୋଟିଏ ଡୋଜ ଟିକା ଦିଆସରିଛି।

Share