Categories: ଜାତୀୟ

ଯଦି ସବୁ କିଛି ସ୍ବାଭାବିକ ଅଛି, କାହିଁକି କରାଯାଉନି ନିର୍ବାଚନ: ଓମାର ଅବଦୁଲା…

ଶ୍ରୀନଗର,୧୫।୭ : ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଓମାର ଅବଦୁଲା ଶନିବାର ଭାଜପାକୁ ଟାର୍ଗେଟ କରିଛନ୍ତି। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପରେ ରୋକ ଲାଗି ପାରିନି। ଏନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ଭାଜପା ମିଛରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହୋଇଛି ବୋଲି ଅପପ୍ରଚାର କରୁଛି।

ଭାଜପା କହୁଛି ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ବାଭାବିକ ରହିଛି। ଯଦି ସବୁ କିଛି ଠିକ ଚାଲିଛି ତେବେ ଜମ୍ମୁ-କଶ୍ମୀରରେ ନିର୍ବାଚନ କାହିଁକି କରାଯାଉ ନାହିଁ ବୋଲି ଓମାର ଭାଜପାକୁ ପ୍ରଶ୍ନ କରିଛନ୍ତି।

ଆମେ ବାରମ୍ବାର ନିର୍ବାଚନ ବିଷୟରେ ଦାବି କରୁଛୁ। କିନ୍ତୁ ମିଥ୍ୟା ପ୍ରଚାର କରୁଥିବା କେନ୍ଦ୍ର ସରକାର ନୀରବ ରହି କେବଳ ଅପ ପ୍ରଚାର ଜାରି ରଖିଛନ୍ତି। ଶୋପିଆନ, ରାଜୌରୀରେ ଘଟୁଥିବା ଆତଙ୍କବାଦୀ ଆକ୍ରମଣ କେନ୍ଦ୍ର ସରକାରଙ୍କ ମିଥ୍ୟାର ପର୍ଦ୍ଦାଫାଶ କରିଛି।

Share