Categories: ଜାତୀୟ

ଯଦି ସରକାର ୫ ବର୍ଷ ଚାଲିପାରୁଛି, ଚାଷୀ ଆନ୍ଦୋଳନ କାହିଁକି ନୁହେଁ

ନୂଆଦିଲ୍ଲୀ,୪।୧୧: ଯଦି ସରକାର ୫ ବର୍ଷ ଚାଲିପାରୁଛି, ଆନ୍ଦୋଳନ ମଧ୍ୟ ୫ ବର୍ଷ ଧରି ଚାଲିବ। ବିବାଦୀୟ ଚାଷୀ ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଉ କେତେ ଦିନ ଚାଲିବ ବୋଲି ପଚରାଯିବାରୁ ଉପରୋକ୍ତ ବୟାନ ଦେଇଛନ୍ତି ଭାରତୀୟ କିଷାନ ୟୁନିଅନ୍‌ ନେତା ରାକେଶ ଟିକାଏତ୍‌। ସରକାର ଶେଷ ଥର ପାଇଁ ଜାନୁୟାରୀ ୨୨ ତାରିଖରେ ଆଲୋଚନା ପାଇଁ ଡକାଇଥିଲେ। ବିବାଦୀୟ ୩ ଚାଷୀ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ଚାଷୀ ସଂଗଠନ ପକ୍ଷରୁ ସରକାରଙ୍କୁ ନଭେମ୍ବର ୨୬ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ସେହି ତାରିଖରେ ଚାଷୀ ଆନ୍ଦୋଳନକୁ ବର୍ଷେ ପୂରିବ।

ଭାରତୀୟ କିଷାନ ୟୁନିଅନ୍‌ ନେତା ଟିକାଏତ୍‌ ଆନ୍ଦୋଳନ ସ୍ଥଳରେ ଅନ୍ୟ ଚାଷୀ ନେତାଙ୍କ ସହ ଗୁରୁବାର ଦୀପାବଳି ପାଳନ କରିଛନ୍ତି।

Share