Categories: ଜାତୀୟ

କୁକି ମହିଳାଙ୍କୁ ଉଲଗ୍ନ କରିବା ଘଟଣା: ସରକାର କାର୍ଯ୍ୟାନୁଷ୍ଠାନ ନ ନେଲେ ଆମେ କରିବୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୭: ମଣିପୁରରେ କୁକି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବା ଘଟଣାରେ ଚିିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଏହି ଚିତ୍ରଗୁଡ଼ିକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛୁ। ହିଂସା ପ୍ରଭାବିତ ଅଞ୍ଚଳରେ ମହିଳାମାନଙ୍କୁ ସାମଗ୍ରୀ ଭାବରେ ବ୍ୟବହୃତ କରାଯାଉଛି। ଏଭଳି ଘଟଣାକୁ କୌଣସି ପ୍ରକାରେ ଗ୍ରହଣ କରାଯାଇପାରିବ ନାହିଁ। ଏହା ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ। ଯଦି ସରକାର ଏନେଇ ପଦକ୍ଷେପ ନ ନିଅନ୍ତି ତେବେ ଆମେ କରିବୁ। ତେବେ ସେ ସରକାରଙ୍କୁ ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରସଙ୍ଗରେ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ସହ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଆସନ୍ତା ସପ୍ତାହରେ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବ କୋର୍ଟ କହିଛନ୍ତି।

Share