ଆତ୍ମସମର୍ପଣ କଲେ ମାଓବାଦୀଙ୍କୁ ଯୋଗାଇ ଦିଆଯିବ ଚିକିତ୍ସା

ମାଲକାନଗିରି,୯ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଜିଲାର ବିଭିନ୍ନ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ମଧ୍ୟ କରୋନା କବଳରୁ ମୁକୁଳି ପାରିନାହାନ୍ତି। ୫୦ରୁ ଊର୍ଦ୍ଧ୍ୱ ମାଓବାଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏପରି କି ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ମାଓବାଦୀ ନେତ୍ରୀ ସୁଜାତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସେମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଦାନ୍ତଓ୍ବୋଡ଼ା ଏସ୍‌ପି ଅଭିଷେକ ପଲ୍ଲଭ କହିଛନ୍ତି। ମାଓବାଦୀମାନେ ଆଭ୍ୟନ୍ତରୀଣ ଗ୍ରାମ ଓ ଜଙ୍ଗଲଗୁଡ଼ିକରେ ଏକତ୍ରିତ ହୋଇ ରହୁଛନ୍ତି। ଯଦି ସେମାନେ ସତର୍କ ନ ହେବେ ସଂକ୍ରମଣ ଆହୁରି ବୃଦ୍ଧି ପାଇବ। ଏହାର ପ୍ରଭାବ ଗ୍ରାମାଞ୍ଚଳ ଲୋକଙ୍କ ଉପରେ ପଡ଼ିବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

Share