Categories: ଖେଳ

ଆଇପିଏଲ୍‌କୁ ନେଇ ଇମ୍ରାନ୍‌ଙ୍କ ଅସନ୍ତୋଷ

ଇସ୍‌ଲାମାବାଦ୍‌,୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପାକିସ୍ତାନ କ୍ରିକେଟରଙ୍କୁ ସାମିଲ କରାଯାଇ ନ ଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ସେ ବିସିସିଆଇକୁ ଅହଂକାରୀ କରିବା ସହ ତୀବ୍ର ସମାଲୋଚନା କରିଛନ୍ତି।

୨୦୦୮ ପ୍ରଥମ ସଂସ୍କରଣରେ ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା। କିନ୍ତୁ ସେହିବର୍ଷ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଶେଷରେ ଭାରତ ସରକାର ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲ୍‌ ଖେଳିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।

Share