ଭାରତ ଆଗକୁ ଅସିଲେ କଶ୍ମୀର ସମସ୍ୟାର ସମାଧାନ ହୋଇପାରିବ, କହିଲେ ବାଜଓ୍ବା…

ଇସଲାମାବାଦ୍‌, ୨।୪ : ପାକିସ୍ତାନର ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଇସଲାମାବାଦ ସୁକ୍ୟୁରିଟି ଡାଲଏଗ୍‌ ଫୋରମ୍‌ରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ବିବାଦର ସମାଧାନ ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି। ଏଥିରେ କଶ୍ମୀର ବିବାଦ ମଧ୍ୟ ଅନ୍ତର୍ଭୁକ୍ତ।

ସେ କହିଛନ୍ତି ଯେ ଯଦି ଭାରତ ଯଦି ଆଗକୁ ଆସିବାକୁ ପ୍ରସ୍ତୁତ ହୁଅନ୍ତା ତେବେ ଆମେ ଏହି ପ୍ରସଙ୍ଗରେ ଆଗେଇବାକୁ ଚାହୁଁଛୁ। ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟ ଆମ ପାଇଁ ଏକ ଚିନ୍ତାର କାରଣ। ଶାନ୍ତି ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହାର ସମାଧାନ ହେଉ ବୋଲି ଆମେ ଚାହୁଁ। ବାଜୱା କହିଛନ୍ତି ଯେ ମୁଁ ବିଶ୍ୱାସ କରେ ବିକାଶ ପାଇଁ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଜରୁରୀ।

ସେ କହିଛନ୍ତି ପାକିସ୍ତାନର ପ୍ରଥମ ଜାତୀୟ ସୁରକ୍ଷା ନୀତି ହେଉଛି ଆମର ନାଗରିକଙ୍କ ସୁରକ୍ଷା, ନିରାପତ୍ତା, ସମ୍ମାନ ଏବଂ ସମୃଦ୍ଧତାକୁ ଆମର ସୁରକ୍ଷା ନୀତିର କେନ୍ଦ୍ରରେ ରଖିବା। ଆତଙ୍କବାଦକୁ ପରାସ୍ତ କରିବା ଲାଗି ପାକିସ୍ତାନର ସୁରକ୍ଷା ବାହିନୀ ଅସଂଖ୍ୟ ବଳିଦାନ ଦେଇଛନ୍ତି। ତେବେ ଆତଙ୍କବାଦ ତଥା ହିଂସାବାଦୀ ଉଗ୍ରବାଦ ପ୍ରତି ବିପଦ ରହିଥିବା ସେ କହିଛନ୍ତି। ଏହି ପ୍ରସଙ୍ଗରେ ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାର ଏବଂ ଅନ୍ୟ ପଡ଼ୋଶୀମାନଙ୍କ ସହିତ କାର୍ଯ୍ୟ କରିବାକୁ ପାକିସ୍ତାନ ଆଗ୍ରହୀ ବୋଲି ସେ କହିଛନ୍ତି।

Share