Posted inଜାତୀୟ

‘ଭାରତ ଚାହିଁଲେ ହମାସ୍‌ ସହ ଶାନ୍ତି ବୁଝାମଣା ହୋଇପାରିବ’

ନୂଆଦିଲ୍ଲୀ,୧୧ା୧୦: ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଯୁଦ୍ଧକୁ ୪ ଦିନ ବିତିଥିବାବେଳେ ୧,୬୦୦ରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ୬,୦୦୦ ଆହତ ହେଲେଣି। ଶାନ୍ତି ସ୍ଥାପନ କିମ୍ବା ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ମିଳୁ ନାହିଁ। ଜି-୨୦ ରାଷ୍ଟ୍ରଗୋଷ୍ଠୀରେ ଆଫ୍ରିକୀୟ ୟୁନିୟନକୁ ଯୋଡ଼ିବା ଏବଂ ବ୍ରିକ୍ସ ସଦସ୍ୟ ସଂଖ୍ୟା ୬କୁ ବଢ଼ାଇବାରେ ଆମେରିକା ସଫଳ ବୁଝାମଣା କରିଥିଲା। ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧର ଅବସାନ ପାଇଁ ଭାରତ ପ୍ରମୁଖ ଭୂମିକା ନେଇପାରିବ ବୋଲି ଇସ୍ରାଏଲ୍‌ର ପୂର୍ବତନ ସାମରିକ ଗୋଇନ୍ଦା ମୁଖ୍ୟ ମେଜର ଜେନେରାଲ ଆମୋସ୍‌ ୟାଡଲିନ୍‌ କହିଛନ୍ତି। ହମାସ୍‌ କୌଣସି ଶାନ୍ତି ବୁଝାମଣା ପାଇଁ ରାଜି ହେବନାହିଁ। ଆଇଏସ୍‌ ଭଳି ଏହା ଏକ ଆତଙ୍କବାଦୀ ସଂଗଠନ, ଯିଏ ମହିଳା ଓ ଶିଶୁମାନଙ୍କୁ ହତ୍ୟା କରୁଛି। ଯଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚମତ୍କାରୀ କରିପାରନ୍ତି, ତେବେ ଆମେ ତାଙ୍କୁ ସମର୍ଥନ ଜଣାଇବୁ ବୋଲି ୟାଡଲିନ୍‌ ଏକ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ମାସର ଦ୍ୱିତୀୟ ଶନିବାର ଛୁଟି ରହିବ ସ୍କୁଲ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୨।୧୧: ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଖୁସି ଖବର । ଏଣିକି ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ରହିବ ସ୍କୁଲ। ରାଜ୍ୟ ସରକାର ଏନେଇ ବଡ଼...

ଭୂକମ୍ପ ଝଟ୍‌କାରେ ଥରିଲା ସିକ୍କିମ

ଗ୍ୟାଙ୍ଗଟକ୍‌,୧୨।୧୧: ଥରିଲା ସିକ୍କିମ। ମଙ୍ଗଳବାର ଅପରାହ୍ନରେ ରାଜ୍ୟର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ଥିବା ଜଣାପଡ଼ିଛି।...

୧୦ ଲକ୍ଷ ଯୁବପିଢିଙ୍କୁ ମିଳିବ ଚାକିରି, ଏମାନଙ୍କର ଅଛି ଅଧିକ ଡିମାଣ୍ଡ

ନୂଆଦିଲ୍ଲୀ,୧୨।୧୧: ଦେଶରେ ଅନେକ ଯୁବପିଢି ଅଛନ୍ତି ଯେଉଁମାନେ ଚାକିରି ଖୋଜୁଛନ୍ତି, ତେବେ ସେମାନଙ୍କ ପାଇଁ ଖୁସି ଖବର। ଭାରତରେ ବଢୁଥିବା ସେମିକଣ୍ଡକ୍ଟର କ୍ଷେତ୍ରରେ ଲକ୍ଷ ଲକ୍ଷ...

ଆମ ଯୋଗାଯୋଗରେ ଅଛନ୍ତି ଶିନ୍ଦେ ଗୋଷ୍ଠୀର ୮ ବିଧାୟକ, ଜଣେ ମନ୍ତ୍ରୀ: ଆଦିତ୍ୟ ଠାକ୍‌ରେ ଚାଞ୍ଚଲ୍ୟକର ଖୁଲାସା

ପୁଣେ,୧୨।୧୧: ମହାରାଷ୍ଟ୍ରରେ ଭୋଟଦାନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏକ ଦାବି କରି ରାଜନୈତିକ ଉଷ୍ମତା ବୃଦ୍ଧି...

ଭାରତୀୟ ଯବାନମାନେ ଆତଙ୍କବାଦୀଙ୍କୁ ମାରିବା ପରେ ସେମାନଙ୍କ ମୃତଦେହକୁ କ’ଣ କରନ୍ତି? ସର୍ବସାଧାରଣ ସ୍ଥାନରେ…

ନୂଆଦିଲ୍ଲୀ,୧୨।୯: ଭାରତର ପ୍ରତିରକ୍ଷାରେ ନିୟୋଜିତ ଭାରତୀୟ ଯବାନମାନେ ସୀମା ଇଲାକାରେ କଡ଼ା ନଜର ରଖିଥାନ୍ତି। ଯେମିତି କୌଣସି ଅନୁପ୍ରବେଶକାରୀ କିମ୍ବା ଆତଙ୍କବାଦୀ ଦେଶ ଭିତରକୁ ପଶି...

ଏହି ଦିନ ଶେଷ ହେଉଛି ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ଶେଷ ତାରିଖ: ଅଚଳ ହୋଇଯିବ ପାନ୍ କାର୍ଡ

ନୂଆଦିଲ୍ଲୀ,୧୨।୧୧: ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ...

ଚେକ୍‌ ହେବ ମୋଦି, ଯୋଗୀଙ୍କ ବ୍ୟାଗ! ଇସିକୁ ଚ୍ୟାଲେଞ୍ଜ କଲେ ଉଦ୍ଧବ

ମୁମ୍ବାଇ,୧୨।୧୧: ସୋମବାର ନିର୍ବାଚନ ପ୍ରଚାର ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୟାଭାଟମାଲର ଭାନି ବିମାନବନ୍ଦରରେ ପହଞ୍ଚିଥିବା ବେଳେ ନିର୍ବାଚନ ଆୟୋଗ ତାଙ୍କ ବ୍ୟାଗରେ...

ହେମନ୍ତଙ୍କ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ ମୈଆ ଯୋଜନା

ନୂଆଦିଲ୍ଲୀ,୧୨।୧୧: ଝାଡ଼ଖଣ୍ଡ ନିର୍ବାଚନରେ ମାଗଣା ଯୋଜନା ସମସ୍ତ ପାର୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବାକୁ ଯାଉଛି। ଓଡ଼ିଶା ମଡେଲରେ ସେଠାରେ ସୁଭଦ୍ରା ଭଳି ‘ଗୋ ଗୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri