ଭୁବନେଶର,୩୦।୬(ବ୍ୟୁରୋ): ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରଥଯାତ୍ରା ବେଳେ ଯେପରି ଭାବରେ କେହି ବିନା ମାସ୍କରେ ବୁଲିବେ ନାହିଁ ସେଥିପାଇଁ ସାସ୍ଥ୍ୟ ବିଭାଗ ପକ୍ଷରୁ ୧୦ ଲକ୍ଷ ମାସ୍କ ବଣ୍ଟା ହେବ। ଏହା ସହ ଫୁଡ ଇନ୍ସପେକ୍ଟର, ମେଡିସିନ ସ୍ପେଶାଲିଷ୍ଟ, ରକ୍ତ ଭଣ୍ଡାର, ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେହିପରି କୋଭିଡ୍ ପାଇଁ ସତନ୍ତ୍ର ବେଡ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁମାନଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିବ ସେମାନେ ପୁରୀ ନ ଆସି ଘରେ ବସି ରଥଯାତ୍ରା ଦେଖିବାକୁ ସାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।