Posted inଜାତୀୟ

KYC ସମ୍ପୂର୍ଣ୍ଣ ନ ଥିଲେ ୩୧ରୁ ଫାସ୍‌ଟାଗ୍‌ ଅଚଳ

ବୈଧ ବାଲାନ୍ସ ଥାଇ ମଧ୍ୟ KYC ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍‌ଟାଗ୍‌କୁ ଅକାମୀ କରିଦେବେ କିମ୍ବା ଏହାକୁ କଳା ତାଲିକାଭୁକ୍ତ କରିବେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହା ଘୋଷଣା କରାଯାଇଛି। ଏହି ଅସୁବିଧାରୁ ବର୍ତ୍ତିବା ପାଇଁ ହେଲେ ୟୁଜରମାନେ ସେମାନଙ୍କର ସଦ୍ୟତମ ଫାସ୍‌ଟାଗ୍‌ର KYC ସମ୍ପୂର୍ଣ୍ଣ ହୋଇଥିବା ନେଇ ନିଶ୍ଚିତ ହେବାକୁ ପରାମର୍ଶ ଦିଆଯାଇଛି। ୟୁଜରମାନେ ‘ଗୋଟିଏ ଗାଡ଼ି, ଗୋଟିଏ ଫାସ୍‌ଟାଗ୍‌’ ନିୟମ ଅନୁପାଳନ କରିବାକୁ ବାଧ୍ୟ। ପୂର୍ବରୁ ଜାରି ହୋଇଥିବା ଅନ୍ୟ ସମସ୍ତ ଫାସ୍‌ଟାଗ୍‌କୁ ବ୍ୟାଙ୍କ ଜରିଆରେ ବାତିଲ କରିଦେବାକୁ ମନ୍ତ୍ରଣାଳୟ କହିଛି। ୨୦୨୪ ଜାନୁଆରୀ ୩୧ ପରେ ପୂର୍ବ ଟ୍ୟାଗ୍‌ଗୁଡ଼ିକ ଡିଆକ୍ଟିଭେଟ୍‌ କିମ୍ବା କଳା ତାଲିକାଭୁକ୍ତ ହେବ ଏବଂ କେବଳ ସଦ୍ୟତମ ଫାସ୍‌ଟାଗ୍‌ ଆକାଉଣ୍ଟ ସଚଳ ରହିବ ବୋଲି କୁହାଯାଇଛି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଫାସ୍‌ଟାଗ୍‌ ୟୁଜରମାନଙ୍କୁ ନିକଟବର୍ତ୍ତୀ ଟୋଲ୍‌ ପ୍ଲାଜାରେ ପହଞ୍ଚତ୍ବାକୁ କିମ୍ବା ସମ୍ପୃକ୍ତ ବ୍ୟାଙ୍କର ଦେୟମୁକ୍ତ କଷ୍ଟମର କେୟାର ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏକ ନିର୍ଦ୍ଦିଷ୍ଟ ଯାନ ପାଇଁ ଏକାଧିକ ଫାସ୍‌ଟାଗ୍‌ ଇସ୍ୟୁ ହେବା ଏବଂ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରାଯାଇ ବିନା KYCରେ ଫାସ୍‌ଟାଗ୍‌ ଜାରି ହେଉଥିବା ଜଣାପଡ଼ିବା ପରେ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ଏହା ବ୍ୟତୀତ ବେଳେବେଳେ ଜାଣିଶୁଣି ଯାନର ଓ୍ବିଣ୍ଡସ୍କ୍ରିନ୍‌ରେ ଫାସ୍‌ଟାଗ୍‌କୁ ଲଗାଯାଉ ନାହିଁ। ଫଳରେ ଟୋଲ୍‌ ପ୍ଲାଜାରେ ଅଯଥା ବିଳମ୍ବ ହେଉଛି ଓ ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଟୋଲ୍‌ ପ୍ଲାଜାଗୁଡ଼ିକରେ ପ୍ରବେଶ ହାର ୯୮ ପ୍ରତିଶତ ରହିଥିବାବେଳେ ୮ କୋଟି ୟୁଜର ଅଛନ୍ତି। ଦେଶରେ ଇଲେକ୍ଟ୍ରେନିକ୍‌ ଭାବେ ଟୋଲ୍‌ ସଂଗ୍ରହ ବ୍ୟବସ୍ଥାରେ ଫାସ୍‌ଟାଗ୍‌ ବିପ୍ଳବ ଆଣିଛି। ‘ଓ୍ବାନ୍‌ ଭେହିକିଲ୍‌, ଓ୍ବାନ୍‌ ଫାସ୍‌ଟାଗ୍‌’ବ୍ୟବସ୍ଥା ଟୋଲ୍‌ ସଂଗ୍ରହକୁ ଅଧିକ ପ୍ରଭାବୀ ଏବଂ ସହଜ କରିବା ସହ ଜାତୀୟ ରାଜପଥ ବ୍ୟବହାରକାରୀମାନଙ୍କ ଯାତ୍ରାକୁ ଆରାମଦାୟକ କରିଛି। ଦେଶର ବର୍ଦ୍ଧିତ ଜାତୀୟ ରାଜପଥ ନେଟ୍‌ଓ୍ବର୍କ ପାଇଁ ଏକ ‘ଗ୍ରୀନ୍‌ କଭର ଇଣ୍ଡେକ୍ସ’ର ବିକାଶ ନିମନ୍ତେ ଏନ୍‌ଏଚ୍‌ଏଆଇ ନ୍ୟାଶନାଲ ରିମୋଟ୍‌ ସେନ୍ସିଂ ସେଣ୍ଟର (ଏନ୍‌ଆର୍‌ଏସ୍‌ସି) ସହ ଚୁକ୍ତି ସ୍ବାକ୍ଷର କରିଥିଲା। ଏନ୍‌ଏଚ୍‌ଏଆଇ ବ୍ୟବହାର କରୁଥିବା ଟେକ୍ନୋଲୋଜିର ସାମର୍ଥ୍ୟକୁ ଉପଯୋଗ କରି ଏନ୍‌ଆର୍‌ଏସ୍‌ସି ହାଇ ରିଜଲ୍ୟୁଶନ ସାଟେଲାଇଟ୍‌ ପରିକଳ୍ପନା ସହାୟତାରେ ଗ୍ରୀନ୍‌ କଭରର ଏକ ବିସ୍ତୃତ ପାନ୍‌-ଇଣ୍ଡିଆ ଆକଳନ ପ୍ରସ୍ତୁତ କରିବ ବୋଲି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ...

ସଲମାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ପିତା: କ୍ଷମା ମାଗିବା ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୯।୧୦: ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ...

ତାମିଲନାଡୁ ରାଜ୍ୟ ସଙ୍ଗୀତ ଗାନ ବେଳେ ବିଭ୍ରାଟ: ରାଜ୍ୟପାଳଙ୍କୁ ଦୋଷଦେଲେ ଷ୍ଟାଲିନ୍‌

ଚେନ୍ନାଇ,୧୯ା୧୦:ଚେନ୍ନାଇସ୍ଥିତ ଦୂରଦର୍ଶନ କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ବେଳେ କଣ୍ଠଶିଳ୍ପୀମାନେ ତାମିଲନାଡୁର ରାଜ୍ୟ ସଙ୍ଗୀତ ଗାନ ସମୟରେ ଏହାର କେତୋଟି ପଂକ୍ତି ଛାଡ଼ିଦେବାରୁ ବଡ଼...

‘ବୋରଲିନ’ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୮।୧୦: ବୈଜ୍ଞାନିକଙ୍କ ବଡ଼ ଖୁଲାସା! ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ଓ ପ୍ରତିଟି ଘରେ ବ୍ୟହହୃତ ହେଉଥିବା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ।...

ରାଜସ୍ଥାନର ଲେଡି ସିଙ୍ଘମ ଆଇପିଏସ୍‌ଜଣଙ୍କ କିଏ? ଯାହାଙ୍କ ସ୍କାନର୍‌ରେ ୨୪ ଘଣ୍ଟା ରହୁଛନ୍ତି ଲରେନ୍ସ ବିଶ୍ନୋଇ…

ନୂଆଦିଲ୍ଲୀ,୧୮।୧୦: ମହାରାଷ୍ଟ୍ରର ମୁମ୍ବାଇର ବାନ୍ଦ୍ରାଠାରେ ଦଶହରା ଦିନ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ତାଙ୍କ ହତ୍ୟାର ଦାୟିତ୍ୱ ନେଇଛନ୍ତି।...

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri