Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌ ସତ ହେଲେ କିଭଳି ହେବ ‘ମୋଦି ସରକାର ୩.୦’ର କାର୍ଯ୍ୟକାଳ? ସର୍ବପ୍ରଥମେ କରାଯିବ ଏହି କାମ… 

ନୂଆଦିଲ୍ଲୀ,୩।୬: ଗଣତନ୍ତ୍ରର ମହାପର୍ବ ଅର୍ଥାତ ଲୋକ ସଭା ନିର୍ବାଚନ ଶେଷ ହୋଇଛି। ଭୋଟର ଏବେ ନିର୍ବାଚନ ଫଳାଫଳ କ’ଣ ହେବ ତାକୁ ଅପେକ୍ଷା କରିଛନ୍ତି। ନିର୍ବାଚନ କମିଶନ ଭୋଟ ଗଣନା କରିବା ପରେ ସ୍ଥିତି ସ୍ପଷ୍ଟ ହେବ। ଭୋଟଗଣନା ପୂର୍ବରୁ ନିର୍ବାଚନକୁ ନେଇ ଏକଜିଟ୍‌ ପୋଲ ଜାରି ହୋଇଛି। ପ୍ରାୟ ସମସ୍ତ ପୋଲ୍‌ରେ ମୋଦି ସରକାର କ୍ଷମତାକୁ ଫେରୁଥିବା କୁହାଯାଇଛି। ଏମିତିରେ ଯଦି ଭୋଟଗଣତି ପରେ ଏହା ସତ ହୁଏ ତେବେ ଦେଶର ଇତିହାସରେ ଦ୍ୱିତୀୟ ଥର ପାଇଁ କୌଣସି ଦଳ ଲଗାତର ତୃତୀୟ ଥର ସରକାର ଗଠନ କରିବେ।
ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ନିଜର ତୃତୀୟ କାର୍ଯ୍ୟକାଳକୁ ନେଇ ମନଦଶା ସ୍ପଷ୍ଟ କରିଛନ୍ତି। ସେ ‘ବିକଶିତ ଭାରତ’ ପାଇଁ ସମର୍ପିତ ହେବ। ଏହି କାର୍ଯ୍ୟକାଳରେ ଐତିହାସିକ ନିଷ୍ପତ୍ତି  ନିଆଯିବ। ତେବେ ମୋଦି ସରକାର ଏସବୁକୁ ନେଇ କ’ଣ କ’ଣ କରିବାକୁ ଯାଉଛନ୍ତି? ଆସନ୍ତୁ ଜାଣିବା…
-ନିର୍ବାଚନ ପୂର୍ବରୁ ସାକ୍ଷାତକାରରେ ମୋଦି କହିଥିଲେ ଯେ ବିକଶିତ ଭାରତକୁ ନେଇ ସମସ୍ତ ମନ୍ତ୍ରଣାଳୟରୁ ରିପୋର୍ଟ ମଗାଯାଇଛି। ତାଙ୍କୁ ୧୦୦ ଦିନର ଏଜେଣ୍ଡା ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି।
-Speed,Scale,Scope ଏବଂ Standards, ଏହି ଚାରୋଟି କ୍ଷେତ୍ରରେ ଦ୍ରୁତ ଗତିରେ କାମ କରିବାକୁ ହେବ। ଆମକୁ ଉତ୍ପାଦନ ସହ କ୍ୱାଲିଟି ଉପରେ କାମ କରିବାକୁ ହେବ। ଏଥିସହ  zero defect-zero effect ମନ୍ତ୍ର ମନେ ରଖିବାକୁ ହେବ। ଦେଶବାସୀଙ୍କୁ ମଧ୍ୟ ମୋଦି ଆଗାମୀ ୨୫ ବର୍ଷ ଦେଶକୁ ସମର୍ପିତ କରିବାକୁ ଅପିଲ କରିଛନ୍ତି।
-ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ହେବା ପ୍ରତି ସମର୍ପିତ ହେବ। ଏନେଇ ଚାଇନା ଖବରକାଗତ ଗ୍ଲୋବାଲ ଟାଇମ୍ଦରେ ଉଲ୍ଲେଖ ରହିଛି।  ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀଙ୍କ ନଜର କିଛି ବର୍ଷରେ ଦେଶକୁ ଆମେରିକା ଏବଂ ଚାଇନା ପରେ ତୃତୀୟ ଅର୍ଥବ୍ୟବସ୍ଥା କରିବା ଉପରେ ରହିବ। ଏଣୁ ମୋଦି ରଣନୀତି ଏବଂ କୁଟନୀତି ମାଧ୍ୟମରେ ବିଶ୍ୱସ୍ତରରେ ପ୍ରଭାବ ପକାଇବାକୁ ଚେଷ୍ଟା କରିବେ।
-ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରାରମ୍ଭିକ ୧୨୫ ଦିନ ଗୁରୁତ୍ୱପୂର୍ଣ୍ଣ। ଏନେଇ ପ୍ରଧାନମନ୍ତ୍ରୀ ବହୁବାର ଉଲ୍ଲେଖ କରିଛନ୍ତି। ସରକାର ଗଠନ ପରେ କ’ଣ କରାଯିବ ତାର ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ୨୫ ଦିନ ବିଶେଷ ଭାବେ ଯୁବଗୋଷ୍ଠୀ ପାଇଁ ରଖାଯାଇଛି। ଆଗାମୀ ୫ ବର୍ଷରେ କେଉଁ କେଉଁ ବଡ଼ ନିଷ୍ପତ୍ତି ନିଆଯିବ, ତାର କାୟାକଳ୍ପ ପ୍ରସ୍ତୁତ କରାଯାଇ ସାରିଛି।
-ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏନେଇ ରାଜନୀତି ବିଶେଷଜ୍ଞ ପ୍ରଶାନ୍ତ କୁମାର ପ୍ରଥମରୁ ସଙ୍କେତ ଦେଇଛନ୍ତି। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ଦୀର୍ଘଦିନରୁ ଦାବି ହେଉଛି। ଏଣୁ ଏହା ଆଗାମୀ ଦିନରେ ହୋଇପାରେ।
-ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା!
ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରେ। ଏହାକୁ ଭାଜପା ସରକାର ନିଜର ମାନିଫେଷ୍ଟୋରେ ସାମିଲ କରିଛି। ମୋଦି ପୂର୍ବରୁ କହିସାରିଛନ୍ତି ଯେ ପିଏମ୍‌ ସୂର୍ଯ୍ୟ ଘର ଯୋଜନା ଏବଂ ଜିରୋ ବିଜୁଳି ବିଲ ସରକାରଙ୍କ ଲକ୍ଷ୍ୟ। ଏଣୁ ସୌର ଶକ୍ତି ଉପରେ ଗୁରୁତ୍ୱ ଦିଆଯାଇପାରେ।
-ପିଓକେକୁ ନେଇ ବଡ଼ ନିଷ୍ପତ୍ତି:
ଭୋଟଗଣନା ପରେ ଯଦି ନରେନ୍ଦ୍ର ମୋଦି ସରକାର ପୁଣି ଥରେ କ୍ଷମତାକୁ ଆସନ୍ତି ପିଓକେ ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ନିଆଯାଇପାରେ। ନିର୍ବାଚନ ପ୍ରଚାର ସମୟରେ ଭାଜପା ନେତାମାନଙ୍କ ପକ୍ଷରୁ ବୟାନବାଜି କରାଯାଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଦି ସରକାର କ୍ଷମତାକୁ ଆସିବାର କିଛି ମାସ ପରେ ପିଓକେକୁ ଫେରାଇ ଅଣାଯିବ ବୋଲି କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri