ମହାନଦୀ ବଞ୍ଚିଲେ ଚାଷ ବଞ୍ଚିବ

ବରଗଡ଼୍‌,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ସମାଜବାଦୀ ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ରହିଥିଲା। ଚଳିତବର୍ଷ ଗ୍ରୀନ୍‌ ନୋବେଲ ପୁରସ୍କାର ବିଜେତା ତଥା ଛତିଶଗଡ଼ ବଚାଓ ଆନ୍ଦୋଳନର ଆବାହକ ଆଲୋକ ଶୁକ୍ଳା ଏଥିରେ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ।

ସେ କହିଥିଲେ, ବର୍ତ୍ତମାନ ଦେଶରେ କ୍ରୋନିକ୍‌ କେପିଟାଲିଜମ୍‌ର ଦୌର ଚାଲିଛି। ସେହି କ୍ରୋନିକ୍‌ କେପିଟାଲିଜମ୍‌ ଛତିଶଗଡ଼, ଓଡ଼ିଶା, ଝାରଖଣ୍ଡ ସମେତ ସମଗ୍ର ଦେଶର ଖଣିଜ ସମ୍ପଦ, ଜଙ୍ଗଲ, ଜମି ଲୁଟ୍‌ ପାଇଁ ସରକାର ସବୁ ପ୍ରକାର ନୀତିନିୟମ ସହିତ ସମ୍ବିଧାନକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ ପଛଘୁଞ୍ଚା ଦେଉନାହିଁ। ତାର ଏକ ନଗ୍ନ ଉଦାହରଣ ହେଉଛି ଛତିଶଗଡ଼ର ସହଦେବ ଜଙ୍ଗଲ। ଏହି ଜଙ୍ଗଲ ତଳେ ଥିବା କୋଇଲା ଉପରେ ବଡ଼ ଦେଶୀ, ବିଦେଶୀ କମ୍ପାନୀଙ୍କ ଲୋଲୁପଦୃଷ୍ଟି ପଡିଛି। ଏହି ଜଙ୍ଗଲ ସହିତ ଛତିଶଗଡ଼କୁ ରକ୍ଷା କରିବା ପାଇଁ ଆଦିବାସୀମାନଙ୍କ ଲଢ଼େଇ ଜାରି ରହିଛି। ସହଦେବ ଜଙ୍ଗଲର ଲଢ଼େଇରେ ଓଡ଼ିଶାର ସ୍ବାର୍ଥ ଯୋଡ଼ି ହୋଇ ରହିଛି। ହୀରାକୁଦ ନଦୀବନ୍ଧ ଏବଂ ଜଙ୍ଗଲ ରହିଛି ବୋଲି ପାଣି ଅଛି। ଛତିଶଗଡ଼ର ଛୋଟ ଛୋଟ ନଦୀନାଳ ପାଇଁ ମହାନଦୀର ସ୍ରୋତ ରହିଛି। ମହାନଦୀ ବଞ୍ଚିଲେ ଯାଇ ହୀରାକୁଦ ବଞ୍ଚିବ ଏବଂ ଚାଷ ବଞ୍ଚିବ ବୋଲି ସେ କହିଥିଲେ।

ଶୁକ୍ଳା ଆହୁରି କହିଥିଲେ, ଦେଶରେ ଚାଲିଥିବା ଆଦିବାସୀ, ଚାଷୀ ଦଳିତ ଆନ୍ଦୋଳନ ସବୁ ଏକତ୍ରିତ ହୋଇ ସମାଜ ତଥା ସଭ୍ୟତାକୁ ବଞ୍ଚାଇବାକୁ ପଡ଼ିବ। କିଶନ ପଟ୍ଟନାୟକ ତାହା ହିଁ କରୁଥିଲେ ଏବଂ ସେ ଏ ଦୁନିଆଁ ବିକଳ୍ପହୀନ ନୁହେଁ ବୋଲି ଲେଖି ମଧ୍ୟ ଯାଇଛନ୍ତି। ଫଳରେ ସେହି ବିଚାରଧାରାକୁ ଆଧାର କରି ଆଗକୁ ବଢ଼ିବାକୁ ହେବ ବୋଲି ଶୁକ୍ଳା ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଲୋକ ଶୁକ୍ଳା, ପଦ୍ମପୁର ଲୁ ନାଟ୍ୟ ସଂସଦର କେଶରଞ୍ଜନ ପ୍ରଧାନ ଏବଂ ପରିବେଶ ସୁରକ୍ଷା କର୍ମୀ ମୀନକେତନ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଜିତ ପାଣିଗ୍ରାହୀ ଏବଂ କିଶୋର ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପରେ ନାଟ୍ୟ ସଂସଦର କଳାକାରମାନେ ନାଟକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ କିଶନ ପଟ୍ଟନାୟକ ସମତା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ସଭାପତିତ୍ୱ କରିଥିଲେ। ଅରୁଣ କୁମାର ସାହୁ ପ୍ରାରମ୍ଭିକ ସଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଜିଲାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri