Posted inଜାତୀୟ

‘ଯଦି ମୋଦି ପ୍ରଧାନମନ୍ତ୍ରୀ ହେବେ ମୁଁ ଲଣ୍ଡା ହୋଇଯିବି’

ନୂଆଦିଲ୍ଲୀ,୨।୬: ଆମ ଆଦମୀ ପାର୍ଟି(ଏଏପି) ନେତା ସୋମନାଥ ଭାରତୀ ଶନିବାର ବଡ଼ ଘୋଷଣା କରିଛନ୍ତି। ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ ବୋଲି କହିଛନ୍ତି। ଏସବୁ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଚଳିତ ଥର ‘ଇଣ୍ଡିଆ’ ମେଣ୍ଟ ଏକ ମଜଭୂତ ଏବଂ ସ୍ଥିର ସରକାର ଗଠନ କରିବ ବୋଲି ଦାବି କରିଛନ୍ତି।

ଲୋକ ସଭା ନିର୍ବାଚନ ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଶନିବାର ଅନେକ ଏକଜିଟ୍‌ ପୋଲ ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଏବଂ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପ୍ରଚଣ୍ଡ ବହୁମତ ପାଇବ ବୋଲି ଅନୁମାନ କରାଯାଇଛି।

ନୂଆଦିଲ୍ଲୀ ଲୋକ ସଭା ଆସନରେ ‘ଏଏପି’ ପ୍ରାର୍ଥୀ ଭାରତୀ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଜୁନ ୪ରେ ଲୋକ ସଭା ନିର୍ବାଚନ ପରିଣାମ ଆସିବା ପରେ ସମସ୍ତ ଏକଜିଟ୍‌ ପୋଲ ଅଙ୍କ ଭୁଲ ସାବ୍ୟସ୍ତ ହେବ। ଯଦି ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ତାହାହେଲେ ମୁଁ ଲଣ୍ଡା ହୋଇଯିବି। ମୋ କଥା ମନେ ରଖିବ। ଜୁନ ୪ରେ ଏକଜିଟ୍‌ ପୋଲ ଭୁଲ ସାବ୍ୟସ୍ତ ହେବ ଏବଂ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ନାହିଁ।

ଏହାଛଡ଼ା ସେ କହିଛନ୍ତି, ବିରୋଧୀ ‘ମେଣ୍ଟ’ ଦିଲ୍ଲୀ ସମସ୍ତ ୭ ଆସନରେ ବିଜୟ ହାସଲ କରିବ। ମୋଦିଙ୍କ ଭୟ ଯୋଗୁ ଏକଜିଟ୍‌ ପୋଲରେ ତାଙ୍କ ପରାଜୟ ଦେଖାଯାଉନାହିଁ। ଏଣୁ ଆମ ସମସ୍ତଙ୍କୁ ଜୁନ ୪କୁ ଅପେକ୍ଷା କରିବାକୁ ହେବ, ଯେଉଁଥିରେ ପ୍ରକୃତ ଫଳାଫଳ ଆସିବ। ଲୋକମାନେ ଭାଜପା ବିରୋଧରେ ବହୁଳ ମାତ୍ରାରେ ମତଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri