Categories: ଜାତୀୟ

ମୋଦିଙ୍କୁ ସିଧା ସଳଖ ଟାର୍ଗେଟ କଲେ ବିରୋଧୀଙ୍କର ହେବ କ୍ଷତି: ସି-ଭୋଟର ସର୍ଭେ…

ନୂଆଦିଲ୍ଲୀ,୨୨।୧୦ : ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ବିଗୁଲ ବାଜିଛି। ନଭେମ୍ବର ୧୨ ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ। ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର ଜୋରଦାର ହେବା ସହିତ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି। ଏପରିସ୍ଥଳେ ସି-ଭୋଟର ସର୍ଭେରୁ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ସଳଖ ଟାର୍ଗେଟ କଲେ ବିରୋଧୀଙ୍କର କ୍ଷତି ହେବ।

ଏହି ସର୍ଭେରେ ହିମାଚଳ ପ୍ରଦେଶର ୧,୩୯୭ ଜଣ ଏବଂ ଗୁଜରାଟର ୧,୨୧୬ ଜଣଙ୍କ ମତାମତ ନିଆଯାଇଛି। ସର୍ଭେରେ ପ୍ରଶ୍ନ ପଚରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରି ବିରୋଧୀମାନେ ଏହାର ଓଲଟା କ୍ଷତି ସହିବେ କି? ଏହି ପ୍ରଶ୍ନର ଆଶ୍ଚର୍ଯ୍ୟଜନକ ଉତ୍ତର ଆସିଥିଲା। ସର୍ଭେରେ ୫୭ ପ୍ରତିଶତ ଲୋକ ହଁ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିବା ଦ୍ୱାରା ବିରୋଧୀ ଦଳର କ୍ଷତି ହେବ। ଏଥି ସହିତ, ୪୩ ପ୍ରତିଶତ ଲୋକ କହିଥିଲେ ଯେ ନା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବା ଦ୍ୱାରା ବିରୋଧୀ ଦଳର କୌଣସି କ୍ଷତି ହେବ ନାହିଁ।

Share