Posted inଜାତୀୟ

ସଂସଦର ମଞ୍ଚରେ ଥିଲେ ମୋଦି, ଖାର୍ଗେ, ହେଲେ କାହିଁକି ହଡବଡେଇ ଗଲେ ରାହୁଲ?

ନୂଆଦିଲ୍ଲୀ,୨୬।୧୧: ଏବେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ନଭେମ୍ବର ୨୫ରୁ ଶୀତ ଅଧିବେଶନ ଆରମ୍ଭ ହୋଇ ୨୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ମଙ୍ଗଳବାର ହେଉଛି ସମ୍ବିଧାନ ଦିବସ। ଏହି ଅବସରରେ ସଂସଦରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁବାଦିତ ମୈଥୀଲିରେ ଅଧ୍ୟକ୍ଷ ସମ୍ବିଧାନ ଉପରେ ଏକ ପୁସ୍ତକ ଉନ୍ମୋଚନ କରିଥିଲେ ଏବଂ ସ୍ମରଣୀୟ ମୁଦ୍ରା, ଡାକ ଟିକେଟ ଏବଂ ମୋମେଣ୍ଟୋ ମଧ୍ୟ ଜାରି କରିଥିଲେ। ଏହି ସମୟ ମଧ୍ୟରେ ଏକ ଅଜବ ଘଟଣା ଘଟିଥିଲା।
ରାହୁଲ ଗାନ୍ଧୀଙ୍କ ସହ ଏହି ଘଟଣା ଘଟିଛି। କାର୍ଯ୍ୟକ୍ରମ ସମୟରେ ରାହୁଲ ଗାନ୍ଧୀ ଟିକେ ଦ୍ୱନ୍ଦ୍ୱରେ ଥିବା ଦେଖାଯାଉଥିଲେ। ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକ ସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ, ଲୋକ ସଭା ବାଚସ୍ପତି ଓମ ବିର୍ଲା, ଜେପି ନଡ୍ଡା, କିରେନ ରିଜିଜୁ, ରାଜ୍ୟ ସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ରାଜ୍ୟ ସଭା ଅଧ୍ୟକ୍ଷ ହରିବଂଶ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

ମଞ୍ଚରେ ଥିବା ସମସ୍ତଙ୍କୁ ମୋମେଣ୍ଟୋ ଲଞ୍ଚ କରିବାକୁ ନିମନ୍ତ୍ରଣ କରାଯାଇଥିଲା । ଏହି ସମୟରେ ହରିମଂଶ ରାହୁଲ ଗାନ୍ଧୀଙ୍କ ପରି ସମସ୍ତ ନେତାଙ୍କୁ ମୋମେଣ୍ଟୋ ଦେଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ଏହାକୁ ପାଇଲେ, ସେ ଟିକେ ଦ୍ୱନ୍ଦ୍ୱରେ ପଡିଗଲେ। ସେ ହଠାତ୍‌ ପାର୍ଶ୍ୱରୁ ମୋମେଣ୍ଟୋକୁ ଦେଖିବା ଆରମ୍ଭ କଲେ। ଏହି ସମୟରେ, ସମସ୍ତ ନେତା ମୋମେଣ୍ଟୋକୁ ଆଗରେ ରଖି ଫଟୋ ଶେସନ କରୁଥିଲେ।
କେବଳ ରାହୁଲ ଗାନ୍ଧୀ ଦ୍ୱନ୍ଦ୍ୱରେ ଥିଲେ। କିଛି ସମୟ ପରେ ମଧ୍ୟ ସେ ମଞ୍ଚରେ ଦ୍ୱନ୍ଦ୍ୱରେଥିବା ନଜର ଆସିଥିଲେ। ମେମେଣ୍ଟୋ ଲଞ୍ଚ କରିବା ପରେ ତୁରନ୍ତ ସେ ନିଜ ଚେୟାରରେ ବସିଥିଲେ। ତେବେ ସମସ୍ତ ନେତା ଛିଡ଼ା ହୋଇଥିବା ବେଳେ ସେ ଅନୁଭବ କରିଥିଲେ ଯେ ସେ ଏକ ମାତ୍ର ଚୌକିରେ ବସିଛନ୍ତି। ଏହା ଅନୁଭବ କରିବା ପରେ ସେ ଠିଆ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଜୋରାମରେ ଜନ୍ମହେଲା ଭାରତର ପ୍ରଥମ ‘ଜେନେରେଶନ ବେଟା’ ଶିଶୁ: ଜାଣନ୍ତୁ ଏହା କ’ଣ

ଆଇଜୋଲ, ୬।୧:ଗତ ୧ ତାରିଖ ମଧ୍ୟରାତ୍ର ୧୨.୦୩ ସମୟରେ ଭାରତର ପ୍ରଥମ ‘ଜେନେରେଶନ ବେଟା’ ଶିଶୁ ଜନ୍ମ ହୋଇଛି। ମିଜୋରାମର ରାଜଧାନୀ ଆଇଜୋଲର ଡର୍ଟଲାଙ୍ଗସ୍ଥିତ ସିନୋଡ...

ସକାଳୁ ସକାଳୁ ବଡ଼ ଧରଣର ଭୂମିକମ୍ପ: ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲୋକେ ଭୟଭୀତ

ନୂଆଦିଲ୍ଲୀ,୭।୧୨: ମଙ୍ଗଳବାର ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଥିଲେ।...

ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ: ଶାହା

ନୂଆଦିଲ୍ଲୀ,୭।୧: ଛତିଶଗଡ଼ର ବିଜାପୁର ଜିଲାରେ ସୋମବାର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଶକ୍ତିଶାଳୀ ବିସ୍ଫୋରକ ଉପକରଣ (ଆଇଇଡି) ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ...

ଭାରତକୁ ପୂର୍ଣ୍ଣ ବେସାମରିକ ଆଣବିକ ସହଯୋଗ ଦେବ ଆମେରିକା

ନୂଆଦିଲ୍ଲୀ,୭।୧: ଭାରତକୁ ଆମେରିକା ବେସାମରିକ ଆଣବିକ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ଯୋଗାଇଦେବ। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଜେକ୍‌...

ଡରେଇଲାଣି ଏଚ୍‌ଏମ୍‌ପିଭି : ୪ ରାଜ୍ୟରେ ୬ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୭।୧: କୋଭିଡ ମହାମାରୀର ପ୍ରାୟ ୫ ବର୍ଷ ପରେ ଚାଇନାରୁ ଆଉ ଏକ ସଂକ୍ରାମକ ଭୂତାଣୁ ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ୍‌ (ଏଚ୍‌ଏମ୍‌ପିଭି) ଏବେ ଭାରତରେ ପହଞ୍ଚତ୍ଛି। ଦେଶରେ...

ଭାରତ ବିରୋଧରେ ଅଭିଯୋଗ ହେଲା କାଳ, ବିଦାୟ ବାଟରେ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକଦା ଲିବେରଲା ପାର୍ଟିର ଭବିଷ୍ୟତ ଉଜ୍ଜଳ କରିବେ ବୋଲି ଆଶା କରାଯାଉଥିଲା ବେଳେ ନିଜ ଦଳ ମଧ୍ୟରେ ବିବାଦୀୟ...

ଭାରତକୁ ପୂର୍ଣ୍ଣ ବେସାମରିକ ଆଣବିକ ସହଯୋଗ ଦେବ ଆମେରିକା

ନୂଆଦିଲ୍ଲୀ,୬।୧ : ଭାରତକୁ ଆମେରିକା ବେସାମରିକ ଆଣବିକ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ଯୋଗାଇଦେବ। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା...

କୋଲକାତାରେ ୬ ମାସର ଶିଶୁ HMPV ଆକ୍ରାନ୍ତ

ନୂଆଦିଲ୍ଲୀ,୬।୧: ଚିନ୍ତା ବଢାଇଲାଣି HMPV ମାମଲା। କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri