Categories: ଜାତୀୟ

ସ୍ବାଧିନତା ମସୟରେ ମୁସଲମାନଙ୍କୁ ପାକିସ୍ତାନ ପଠାଇଦେଇଥିଲେ ଜନ୍ମ ହୋଇ ନ ଥାଆାନ୍ତେ ତୌକିର ରଜା: ଗିରିରାଜ

ନୂଆଦିଲ୍ଲୀ,୬।୯: ଓ୍କକଫ ବିଲ୍‌ ୨୦୨୪ ବିରୋଧରେ ବରେଲିରେ ମୌଲାନା ତୌକିର ରଜା ମୁସଲମାନ ସଡ଼କ ଉପରକୁ ଆସି ବିରୋଧ କରିବାର ବୟାନକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ନିନ୍ଦା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ଆମର ଦୁର୍ଭାଗ୍ୟ। ସ୍ବାଧୀନତା ସମୟରେ ଯଦି ସମସ୍ତ ମୁସଲମାନମାନଙ୍କୁ ପାକିସ୍ତାନ ପଠାଯାଇଥାନ୍ତା, ତେବେ ତୌକର ରଜା ଜନ୍ମ ହୋଇନଥାନ୍ତେ।

ସେ କହିଛନ୍ତି, ଏହି ଲୋକମାନେ ଜାଣିଶୁଣି ଭାରତରେ ଘୃଣା ପ୍ରସାର ପାଇଁ କାର୍ଯ୍ୟ କରିଛନ୍ତି। ତୌକିର ରଜା ବହୁ ସଂଖ୍ୟକଙ୍କୁ କ’ଣ ବୋଲି ଭାବିଛନ୍ତି? ସେ ଭାବୁଛନ୍ତି ହିନ୍ଦୁ ଚୁଡି ପିନ୍ଧି ପସିଛନ୍ତି। ସେମାନେ ଆରଏସଏସକୁ ଗାଳି ଦେଉଛନ୍ତି, ଏହାକୁ ବରଦାସ୍ତ କରାଯିବ ନାହିଁ।
ସୂଚନାଯୋଗ୍ୟ, ଅଲ ଇଣ୍ଡିଆ ମୁସଲିମ ପର୍ସପାଲ ଲ’ ବୋର୍ଡ, ଜାମିଆତ ଉଲେମା-ଇ-ହିନ୍ଦ ସମେତ ଅନେକ ସଂଗଠନ ଉତ୍ତରପ୍ରଦେଶରେ ୱାକଫ ସଂଶୋଧନ ବିଲ ୨୦୨୪କୁ ବିରୋଧ କରିଥିଲେ। ବରେଲିର ମୌଲାନା ତୌକିର ରଜା କହିଥିଲେ ଯେ ଯଦି ଆମର କଥା ଗ୍ରହଣ ନହୁଏ ତେବେ ମୁସଲମାନମାନେ ରାସ୍ତାରେ ଯାଇ ଦିଲ୍ଲୀ ଘେରାଉ କରିବେ।
ଏହାପୂର୍ବରୁ ଆଇଏନଏସ ସହ କଥାବାର୍ତ୍ତା ବେଳେ ସେ ଏକ ବିବୃତ୍ତିରେ କହିଛନ୍ତି ଯେ ୱାକଫ ଜମି କିଏ ନେଇଛି ସରକାର ତାହା କହିବା ଉଚିତ୍‌।
ସେ କହିଛନ୍ତି, ଭାରତର ସବୁଠାରୁ ଧନୀ ବ୍ୟକ୍ତି ୱାକଫ ସମ୍ପତ୍ତି ନେଇଛନ୍ତି। ୱାକଫ ସମ୍ପତ୍ତି ଉପରେ ଅନେକ ସରକାରୀ କୋଠା ନିର୍ମାଣ କରାଯାଇଛି। ଯଦି ସରକାର ଆମ ପ୍ରତି ସହାନୁଭୂତିଶୀଳ ତେବେ ସର୍ବପ୍ରଥମେ ସେମାନେ ଏହି ସମ୍ପତ୍ତି ମୁକ୍ତ କରିବା ଉଚିତ୍‌। ଜମି ଦୃଷ୍ଟିରୁ ନୁହେଁ ବରଂ ଶରିୟତ ଦୃଷ୍ଟିରୁ ଅଣାଯାଉଥିବା ବିଲକୁ ଆମେ ଦେଖୁଛୁ। ୱାକଫରେ ହସ୍ତକ୍ଷେପକୁ କୌଣସି ମୂଲ୍ୟରେ ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ଆମେ କିଛି ବି କରିପାରୁ।

Share