ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ହେଲେ ସମସ୍ତଙ୍କର ଜିନୋମ ସିକ୍ୟୁଏନସିଂ ଅସମ୍ଭବ

ନୂଆଦିଲ୍ଲୀ,୧୭ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମଣ । ଏହା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି । ଯଦି ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ହୁଏ ତେବେ ସମସ୍ତଙ୍କର ଜିନୋମ ସିକ୍ୟୁଏନସିଂ କରିବା ସମ୍ଭବ ହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାୟରୋଲୋଜି(ଏନ୍‌ଆଇଭି)ର କାର୍ଯ୍ୟରତ ବିଶେଷଜ୍ଞ ଏହା କହିଛନ୍ତି । ସେମାନେ କହିଛନ୍ତି ପୂର୍ବରୁ ଦିନକୁ ୩୦-୪୦ଟି ସାମ୍ପଲ ଜିନୋମ ସିକ୍ୟୁଏନସିଂ ପାଇଁ ଆସୁଥିବା ବେଳେ ଏବେ ଦିନକୁ ପ୍ରାୟ ୧୨୦-୧୩୦ଟି ସାମ୍ପଲର ଜିନୋମ ସିକ୍ୟୁଏନସିଂ କରାଯାଉଛି । ଦିନ ତ ଦିନ ରାତି ରାତି ବି ଆମେ ଏଥିପାଇଁ ଉଜାଗର ରହିବାକୁ ପଡୁଛି । କେବଳ ମହାରାଷ୍ଟ୍ର ନୁହେଁ ପ୍ରାୟ ୧୨ଟି ରାଜ୍ୟରୁ ସାମ୍ପଲ ଏନ୍‌ଆଇଭିକୁ ପଠାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି । ଘଣ୍ଟା ଘଣ୍ଟା ଧରି ପିପିଇ କିଟ୍ ପିନ୍ଧି ଏକ ୨୦ ଡିଗ୍ରୀ ବାକ୍ସରୁ ସାମ୍ପଲ ବାହାର କରି ଏହାର ସିକ୍ୟୁଏନସିଂ ଆରମ୍ଭ କରାଯାଇଥାଏ । ଆଉ ଏଥିପାଇଁ ଟିକେ ସମୟ ବି ଲାଗିଥାଏ । ଏବେ ଦେଶରେ ଯେଉଁ ପରିମାଣରେ ଟେଷ୍ଟ ଆରମ୍ଭ କରାଯାଇଛି ମାତ୍ର ୩ ସପ୍ତାହ ମଧ୍ୟରେ ୫ ଗୁଣା ଅଧିକ କାମ ପଡିଯାଇଥିବା ବିଶେଷଜ୍ଞମାନେ କହିଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ କରୋନା ମହାମାରୀର ଦ୍ୱିତୀୟ ଲହର ଆସିଥିବା ବେଳେ ଏହାର ମୁକାବିଲା କରିବା ଆମ ପାଇଁ କାଠିକର ପାଠ ହୋଇ ଯାଇଥିଲା । ଏହାପରେ ବି ଜନତା ବୋଧହୁଏ କରୋନାର ଗାଇଡ ଲାଇନ୍ ପାଳନ କରିବାକୁ ରାଜି ନ ହେଉ ଥିବାରୁ ପରିସ୍ଥିତି ବେଳକୁ ବେଳ ଖରାପ ହେବା ଆଶଙ୍କା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଫଳତାରୁ ଶିଖିଲେ ସଫଳତା ମିଳିବ

ନୂଆପଡ଼ା,୧୮।୪(ମକାରୁ ବେମାଲ)-ନୂଆପଡ଼ା ଆଦର୍ଶ ଆବାସିକ ବିଦ୍ୟାଳୟର ୯ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ...

ଗାଜା ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ୨୩ ମୃତ

ଗାଜାଷ୍ଟ୍ରିପ୍‌,୧୭।୪:ଗାଜା ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ ଯୋଗୁ ଗୋଟିଏ ପରିବାରର ୧୦ ଜଣଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରୁ ଏହି ଆକ୍ରମଣ ଜାରି...

ମହାନଦୀ ଉପରେ ଦ୍ବିତୀୟ ସେତୁର ଶିଳାନ୍ୟାସ: ବରଗଡ଼ରୁ ଝାରସୁଗୁଡ଼ାକୁ କରିବ ସଂଯୋଗ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଳକର ଜରିମୁଲିରୁ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଳକ ଅନ୍ତର୍ଗତ ପୁଝାରୀପାଲିକୁ ମହାନଦୀ ଉପରେ ଦ୍ବିତୀୟ ସେତୁର ଶିଳାନ୍ୟାସ କାର୍ଯ୍ୟକ୍ରମ...

ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

ଗାଜାଷ୍ଟ୍ରିପ୍‌,୧୭।୪: ଗାଜା ଉପରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ ଯୋଗୁ ଗୋଟିଏ ପରିବାରର ୧୦ ଜଣଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରୁ ଏହି ଆକ୍ରମଣ...

ନାବାଳିକା ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବରଗଡ଼,୧୭।୪,(ପ୍ରେମାନନ୍ଦ ଖମାରୀ): ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ଉଗ୍ରସେନ ବାରିକ ପ୍ରମାଣ ଅଭାବରୁ ବୁଧବାର ର୍ନିଦ୍ଦୋଷରେ ଖଲାସ ହୋଇଛନ୍ତି...

ସୋମବାର ଏସବୁ ଅଞ୍ଚଳରେ ପାଣି ବନ୍ଦ, ଛଟପଟ ହେବେ ରାଜଧାନୀବାସୀ!

ନୂଆଦିଲ୍ଲୀ,୧୭।୪: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆଗାମୀ ସୋମବାର ଆପଣଙ୍କୁ ପାଣି ଅଭାବର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆମେ ଏହା କହୁନାହୁଁ, ବରଂ ଏହି...

ବିଧାୟକଙ୍କ ଦ୍ବାରା ନଦୀଜଳ ସଂରକ୍ଷଣ ପ୍ରକଳ୍ପ ଉଦଘାଟିତ

ଦିଗପହଣ୍ଡି,୧୭।୪,(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଜକମେରୀପଲ୍ଲୀ ଗ୍ରାମ ରାମନଦୀରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ୫୯.୯୦ କୋଟି ଟଙ୍କା ବ୍ୟୟ...

CBI ଚଢାଉ ପରେ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ, AAPର ଅନେକ ନେତା ଭାଜପା ସମ୍ପର୍କରେ

ନୂଆଦିଲ୍ଲୀ,୧୭।୪: ବିଧାନସଭା ନିର୍ବାଚନ ଶେଷ ହେବା ପରେ ମଧ୍ୟ, ଦିଲ୍ଲୀ ରାଜନୀତିରେ ପରିବର୍ତ୍ତନ ଏବଂ ଅନ୍ୟମାନଙ୍କ ବିଶ୍ୱାସ ପରିବର୍ତ୍ତନ କରିବାର ପ୍ରୟାସ ଜାରି ରହିଛି। ଆମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image