Categories: ଜାତୀୟ

ବସ୍‌-ଟ୍ରକ୍‌-ଅଟୋରେ ଅଶ୍ଳୀଳ ଗୀତ ବଜାଇଲେ ପରିମିଟ୍‌ ହେବ ରଦ୍ଦ

ପାଟନା,୧୬।୩: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଏକ ଆଇନ ଜାରି କରିଛନ୍ତି। ଏଣିକି ବସ୍‌, ଟ୍ରକ୍‌ ଅଟୋ ଆଦି ଯାନରେ ଅଶ୍ଳୀଳ ଗୀତ ବଜାଇଲେ ଅବା ଭିଡ଼ିଓ ପ୍ରଦର୍ଶନ କଲେ ସମ୍ପୃକ୍ତ ଯାନ ମାଲିକଙ୍କର ପରିମିଟ୍‌ ରଦ୍ଦ କରିଦିଆଯିବ। ଏନେଇ ପରିବହନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୨୦୧୮ ଜୁଲାଇ ୬ରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାତ୍ର ଏହାର ପାଳନ ହେଉ ନ ଥିବାରୁ ଏବେ ଏଭଳି ପଦକ୍ଷେପ ନିଆଯାଇଛି। ଏହି ନିୟମର କଡ଼ାକଡ଼ି ପାଳନ ଲାଗି ବିଭିନ୍ନ ଜିଲାର ଟ୍ରାଫିକ୍‌ ଏସ୍‌ପି, ପୋଲିସ ଅଧିକାରୀ, ପରିବହନ ଅଧିକାରୀ, ମୋଟର ଯାନ ନିରୀକ୍ଷକ ଆଦିଙ୍କୁ ନୋଟିସ୍‌ ଜାରି କରାଯାଇଛି।

Share