Categories: ବାଣିଜ୍ୟ

ଯଦି ଆକାଉଣ୍ଟକୁ ନ ଆସେ ପିଏମ୍‌ କିଷାନ ୧୬ତମ କିସ୍ତି ଟଙ୍କା, ଏଭଳି କରିପାରିବେ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୬ତମ କିସ୍ତି ବୁଧବାର ଅର୍ଥାତ ଫେବୃଆରୀ ୨୮ରେ କୃଷକଙ୍କ ଖାତାକୁ ପଠାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏ ପଠାଇବେ। ତେବେ ଏହା ୨୦୨୪ର ପ୍ରଥମ କିସ୍ତି ହୋଇଥିବା ବେଳେ ଯଦି କୌଣସି ହିତାଧିକାରୀଙ୍କ ଆକାଉଣ୍ଟକୁ ନଯାଏ ତେବେ ଏହି ସମ୍ବନ୍ଧରେ ଅଭିଯୋଗ କରିପାରିବେ।
ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ଆପଣ ହିତାଧିକାରୀ ହୋଇଥିଲେ ତେବେ ବୁଧବାର ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଯଦି ଏହି କିସ୍ତି ଟଙ୍କା ନ ମିଳେ ତେବେ ଆପଣ Pmkisan-ict@govରେ ଯୋଗାଯୋଗ କରିପାରିବେ। ଏହାଛଡ଼ା ଆପଣ ଏହି ହେଲ୍ପଲାଇନ୍‌ ନମ୍ବର ୦୧୧-୨୪୩୦-୦୬୦୬ରେ ମଧ୍ୟ ଫୋନ୍‌ କରିପାରିବେ।
ତେବେ ଟଙ୍କା ଆକାଉଣ୍ଟକୁ ଆସିଛି କି ନାହିଁ ତାହା ଜାଣିବା ଲାଗି ଆଧିକାରୀକ ଓ୍ବେବ୍‌ସାଇଟ୍‌ pmkisan.gov.inକୁ ଯାଆନ୍ତୁ। ସେଠାରେ ହୋମ୍‌ ପେଜ୍‌ରେ ଥିବା ‘ଫର୍ମସ୍‌ କର୍ନର’ସେକ୍ସନରେ କ୍ଲିକ୍‌ କରନ୍ତୁ। ଶେଷରେ ‘ବେନିଫିସିଆରୀ ଷ୍ଟାଟସ୍‌’ ଟ୍ୟାବ୍‌ରେ କ୍ଲିକ କରନ୍ତୁ।
ଅଭିଯୋଗ ନମ୍ବର
-ଓଡ଼ିଶା-୧୫୫୨୬୧
Share