‘ପୁଟିନ୍‌ ମହିଳା ହୋଇଥିଲେ ଯୁଦ୍ଧ ହୋଇ ନ ଥାନ୍ତା’

ଲଣ୍ଡନ,୩୦।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଜଣେ ମହିଳା ହୋଇଥିଲେ ୟୁକ୍ରେନ୍‌ ଯୁଦ୍ଧ ହୋଇ ନ ଥାନ୍ତା ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି। ଜର୍ମାନ୍‌ ବ୍ରଡକାଷ୍ଟର ଜେଡ୍‌ଡିଏଫ୍‌କୁ ମଙ୍ଗଳବାର ନିଜର ପ୍ରତିକ୍ରିୟା ଦେବା ସମୟରେ ବୋରିସ ଏହା କହିଛନ୍ତି। ୟୁକ୍ରେନ୍‌ ଉପରେ ପୁଟିନଙ୍କ ଆକ୍ରୋଶମୂଳକ ଆକ୍ରମଣ ବିଷାକ୍ତ ପୁରୁଷତ୍ୱର ଏକ ଜ୍ୱଳନ୍ତ ଉଦାହରଣ । ଯୁଦ୍ଧ ବନ୍ଦ ହେବା ଲାଗି ସାରା ବିଶ୍ୱ ଚାହୁଁଥିବାବେଳେ ପୁଟିନ୍‌ ଏ ନେଇ କୌଣସି ଶାନ୍ତିପୂର୍ଣ୍ଣ ଚୁକ୍ତି କରିବାକୁ ରାଜି ନାହାନ୍ତି ବୋଲି ସେ କହିଛନ୍ତି।

Share