Categories: ଜାତୀୟ

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୩୧ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ଚର୍ଚ୍ଚାରେ । ଏହାକୁ ନେଇ ସେ ଲଗାତାର ଜନସଭା କରିବା ସହ ଗଣମାଧ୍ୟମକୁ ସମ୍ବୋଦନ କରୁଛନ୍ତି । ଏବେ ରାହୁଲ ଖୁବ୍ ସାଦାସିଧା ନଜର ଆସୁଥିବା ବେଳେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ବୁଝିସୁଝି ଦେଉଛନ୍ତି । ଶନିବାର ବି ସେ କଂଗ୍ରେସ ମୁଖ୍ୟାଳୟରେ ଗଣମାଧ୍ୟମ ସହ କଥା ହୋଇଛନ୍ତି । ଏହିସମୟରେ ସେ କେତେଜଣ ଖବରଦାତାଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଖବରଦାତାଙ୍କ ଗୋଟିଏ ପ୍ରଶ୍ନରେ ହଡବଡେଇ ଯାଇଥିଲେ ରାହୁଲ । ଏହାର ଉତ୍ତର ସେ ଖୁବ୍ ଶାଳୀନତାର ସହ ଓ ବୁଝିସୁଝି ଦେଇଥିଲେ । ତାଙ୍କୁ ପ୍ରଶ୍ନଥିଲା ଯଦି ସେ ପ୍ରଧାନମନ୍ତ୍ରୀ ହେବେ ତେବେ ସେ ପ୍ରଥମେ କ’ଣ କରିବେ ।
ଏହାର ଉତ୍ତରରେ ରାହୁଲ କହିଥିଲେ ପ୍ରଥମେ ସେ ଦେଶର ଶିକ୍ଷା ବ୍ୟବସ୍ଥାକୁ ସଜାଡିବେ । ସେ କହିଥିଲେ ଦେଶରେ ଏଜୁକେଶନ ସିଷ୍ଟମ ଠିକ୍ ଢଙ୍ଗରେ ଚାଲୁନାହିଁ । ପିଲାମାନଙ୍କୁ କୌଣସି ଭିଜନ ଦିଆଯାଇ ପାରୁ ନାହିଁ । ସେ କହିଥିଲେ ଭାରତ ଯୋଡୋ ଯାତ୍ରା ସମୟରେ ସେ କେତେଜଣ ପିଲାଙ୍କୁ ଭେଟିଥିଲେ । ଆଉ ସମସ୍ତଙ୍କୁ ସେ ଗୋଟିଏ ପ୍ରଶ୍ନ ପଚାରିଥିଲେ କଲେଜ ପଢା ସରିଲେ ସେମାନେ କରିବେ କ’ଣ । ଉତ୍ତର ଥିଲା ଡାକ୍ତର, ଲୟର, ଇଞ୍ଜିନିୟର, ପାଇଲଟ, ଆଇଏଏସ । ୯୯.୯ ପ୍ରତିଶତ ପିଲା ଏହି ଉତ୍ତର ଦେଇଥିଲେ । ଅର୍ଥାତ୍ ଆମର ଏଜୁକେଶନ ସିଷ୍ଟମ କହୁଛି ପିଲାମାନେ ଏହି ୫ଟି କାମ ବ୍ୟତୀତ ଆଉ କିଛି କରିପାରିବେ ନାହିଁ ।
ଦ୍ୱିତୀୟରେ ସ୍କିଲ ନ ଥିଲେ ରୋଜଗାର ମିଳିବ ନାହିଁ । ସେ ଯିଏ ବି ହୁଅନ୍ତୁନା କାହିଁକି । ରାହୁଲ ଆହୁରି ମଧ୍ୟ କହିଥିଲେ ଆମକୁ ଦେଶ ଭିତରେ ଭାଇଚାରା, ଏକତା ଓ ପ୍ରେମର ଭାବନା ପ୍ରସାର କରିବାର ଅଛି । ଏହାର ପ୍ରଭାବ ଦେଶର ସୀମାରେ ବି ପଡୁଛି । ଦେଶରେ ହିଂସା, ଘୃଣାର ପ୍ରଭାବ ଅନ୍ୟ ଦେଶ ଦେଖି ଏହାର ଫାଇଦା ଉଠାଉଛନ୍ତି । ଆମର ବିଦେଶ ନୀତି ଭ୍ରମରେ ପକାଉଛି । ଏହାଦ୍ୱାରା ଆମର ଖୁବ୍ କ୍ଷତି ହେଉଛି ମୁଁ କରୋନା ସମୟରେ ବି ଏକଥା କହିଥିଲି ।

Share