Categories: ଜାତୀୟ

ଗେହଲଟ ହେବେ କଂଗ୍ରେସ ଅଧ୍ୟକ୍ଷ!

ନୂଆଦିଲ୍ଲୀ,୨୧ ।୧: ଗୋଟିଏ ପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ମନ୍ତ୍ରିମଣ୍ଡଳଳ ସମ୍ପ୍ରସାରଣକୁ ନେଇ ସଜବାଜ ହେଉଥିବା ବେଳେ ଅନ୍ୟପଟେ ତାଙ୍କୁ ଦିଲ୍ଲୀରୁ ଡାକରା ଆସିପାରେ ବୋଲି ଆଲୋଚନା କରାଉଛି । ଏହାସହ କଂଗ୍ରେସ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବି ତାଙ୍କୁ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଦଳ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଅଧିକାଂଶ ନେତା ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁଛନ୍ତି । ହେଲେ ଏହାକୁ ନେଇ ଏପର୍ଯ୍ୟନ୍ତ ରାହୁଲ କୌଣସି ପ୍ରତିକ୍ରୟା ରଖି ନାହାଁନ୍ତି । ତେଣୁ ଅନୁମାନ କରାଯାଉଛି କି ଯଦି ରାହୁଲ ଅଧ୍ୟକ୍ଷ ପଦ ପାଇଁ ରାଜି ନ ହୁଅନ୍ତି ତେବେ ଅଶୋକ ଗେହଲଟଙ୍କୁ ଏହି ପଦ ସମ୍ଭାଳିବାକୁ ପଡିପାରେ । କାରଣ ଗେହଲଟ ଗାନ୍ଧୀ ପରିବାରର ଜଣେ ଭରସାଯୋଗ୍ୟ ବ୍ୟକ୍ତି । ଅନ୍ୟପଟେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବା ଜରୁରୀ ହୋଇପଡିଛି ।

Share