Categories: ଜାତୀୟ

‘ଯଦି ରାହୁଲ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ତେବେ ଦେଶ ବିଷୟରେ କ’ଣ କହିବାକୁ ହୁଏ ଶିଖନ୍ତୁ’

ନୂଆଦିଲ୍ଲୀ,୫ା୯: ଦୀର୍ଘଦିନ ଧରି ଗାନ୍ଧୀ ପରିବାରର ପରାମର୍ଶଦାତା ଥିବା ସାମ୍‌ ପିଟ୍ରୋଡା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଅପେକ୍ଷା ଅଧିକ ବୁଦ୍ଧିଜୀବୀ ଏବଂ ରଣନୀତିଜ୍ଞ। ଆହୁରି ମଧ୍ୟ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ଗୁଣ ଅଛି।

ପିଟ୍ରୋଡାଙ୍କ ଏହି ବିବୃତ୍ତିକୁ ମଧ୍ୟ କାଉଣ୍ଟର କରିଛି ଭାଜପା। ଦଳୀୟ ନେତା ରବିଶଙ୍କର ପ୍ରସାଦ ପିଟ୍ରୋଡାଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଯଦି ସେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସ୍ବପ୍ନ ଦେଖୁଛନ୍ତି, ତେବେ  ରାହୁଲ କିପରି କହିବେ ଏବଂ ତାଙ୍କୁ ମଧ୍ୟ କୁହନ୍ତୁ ଯେ, ବିଦେଶରେ ଯାଇ ଦେଶ ବିଷୟରେ କ’ଣ କହିବେ କେମିତି କହିବେ ଶିଖାନ୍ତୁ। କାରଣ ଯେତେବେଳେ ବି ରାହୁଲ ବିଦେଶ ଯାଆନ୍ତି, ସେ ଦେଶକୁ ବଦ୍‌ନାମ କରନ୍ତି।

ପିଟ୍ରୋଡା କହିଛନ୍ତି, ‘ସରକାରଙ୍କୁ ସମାଲୋଚନା କରୁଛୁ, ଦେଶକୁ ସମାଲୋଚନା କରୁନାହୁଁ। ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ସମାଲୋଚନା କରିବା। ରାହୁଲ ବିଦେଶରେ ଦେଶର ବଦ୍‌ନାମ କରୁଛନ୍ତି ବୋଲି ଭାଜପା ଅଭିଯୋଗ ଜାରି ରଖିଛି। ଯାହାକି, ସମ୍ପୂର୍ଣ୍ଣ ଭିତ୍ତିହୀନ।

ରାହୁଲଙ୍କ ଆରେମିକା ଗସ୍ତ ନେଇ ପିଟ୍ରୋଡା କହିଛନ୍ତି, ସେ ବ୍ୟକ୍ତିଗତ ସ୍ତରରେ କ୍ୟାପିଟାଲ ହିଲ୍‌ରେ ଲୋକଙ୍କୁ ଭେଟିବେ। ଏହି ସମୟ ମଧ୍ୟରେ ସେ ପ୍ରେସ କ୍ଲବରେ ମିଡିଆ ବ୍ୟକ୍ତିବିଶେଷଙ୍କୁ ଭେଟିବେ। ସେ ଥିଙ୍କ ଟ୍ୟାଙ୍କର ଲୋକଙ୍କ ସହ କଥା ହେବେ। ସେ ଆହୁରି କହିଛନ୍ତି, ‘ରାହୁଲ ମଧ୍ୟ ଜର୍ଜଟାଉନ ବିଶ୍ୱବିଦ୍ୟାଳୟକୁ ଯିବେ। ଆସନ୍ତା ୮ରୁ ୧୦ ତାରିଖରେ ରାହୁଲ ଆମେରିକା ଗସ୍ତ କରିବେ।

ପିଟ୍ରୋଡା କହିଛନ୍ତି, ‘ରାହୁଲଙ୍କ ଭାବମୂର୍ତ୍ତିକୁ ସୋସିଆଲ ମିଡିଆରେ ବଦ୍‌ନାମ କରାଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏବେ ଲୋକମାନେ ଦେଖୁଛନ୍ତି ଯେ, ତାହା ତାଙ୍କର ମିଥ୍ୟା ପ୍ରତିଛବି ଥିଲା। ରାହୁଲ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ରହିଛି। ସେ ଜଣେ ଭଲ ବ୍ୟକ୍ତି ଏବଂ ସେ ଶିକ୍ଷିତ ବୋଲି ସାମ୍‌ ପିଟ୍ରୋଡା କହିଛନ୍ତି।

Share