Categories: ଜାତୀୟ

ଶ୍ରୀଲଙ୍କାକୁ ଭାରତ ଦେଉ ସେନା ସହାୟତା: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ,୧୧ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ଏଠାକାର ଆର୍ଥିକ ପରିସ୍ଥିତି ଖରାପ ହୋଇଯିବା ପରେ ସାଧାରଣ ଜନତା ଏବେ ରାଷ୍ଟ୍ରପତି ଭବନ କବଜା କରି ରଖିଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ସହ ରାଷ୍ଟ୍ରପତି ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଋଣ ବୋଝରେ ବୁଡିଯାଇଥିବା ଶ୍ରୀଲଙ୍କାକୁ ଏବେ କିଛି ବାଟ ଦେଖାଯାଉ ନାହିଁ । ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମପି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଶ୍ରୀଲଙ୍କାର ଏପରି ପରିସ୍ଥିତି ସମୟରେ ଭାରତ ସେନା ସହାୟତା ଯୋଗାଇଦେବା ଉଚିତ । ସ୍ୱାମୀ ଟୁଇଟ କରି କହିଛନ୍ତି ଗୋଟବାୟା ଓ ମହିନ୍ଦା ରାଜପାକ୍ଷେ ଉଭୟ ବହୁମତ ସହ ଏକ ସ୍ୱତନ୍ତ୍ର ନିର୍ବାଚନରେ ବିଜୟୀ ହୋଇଥିଲେ । ତେଣୁ ଏମିତି ଏକ ବୈଧ ନିର୍ବାଚନକୁ ଭାରତ କେମିତି ଭାଙ୍ଗିବାକୁ ଦେଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ନଚେତ ଆମ ପଡୋଶୀର କୌଣସି ଗଣତାନ୍ତ୍ରୀକ ଦେଶ ସୁରକ୍ଷିତ ରହିପାରିବ ନାହିଁ । ଯଦି ରାଜପାକ୍ଷେ ସେନା ସହାୟତା ମାଗୁଛି ଭାରତ ଏହା ଯୋଗାଇଦେବା ଦରକାର ବୋଲି ସ୍ୱାମୀ କହିଛନ୍ତି ।

Share