Categories: ଫୁରସତ

‘ଆର୍‌ସିବି ଜିତିଲେ ସ୍କୁଲ ଯିବି’

ମୁମ୍ବାଇ: କ୍ରିକେଟ୍‌ ଖେଳ ପ୍ରତି ସମସ୍ତଙ୍କ ଦୁର୍ବଳତା ରହିଛି। ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚାଲିଥିବାବେଳେ ସମସ୍ତ ଟିମ୍‌ର ଅନେକ ଫ୍ୟାନ୍ସ ରହିଛନ୍ତି। ଆଇପିଏଲ୍‌କୁ ନେଇ ପ୍ରତିଦିନ ଅନେକ ପ୍ରଶଂସକଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାର ଲାଗିଛି। ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଏବଂ କଲିକତା ନାଇଟ୍‌ ରାଇଡର୍ସ(କେକେଆର୍‌) ମଧ୍ୟରେ ଆଇପିଏଲ୍‌ ମ୍ୟାଚ ଚିଲିଥିଲା। ସେଥିରେ ଜଣେ ଛୋଟ ଝିଅର ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଏକ ପୋଷ୍ଟର ଧରି ଠିଆହୋଇଛି। ପୋଷ୍ଟରରେ ଲେଖାହୋଇଛି, ‘ଆର୍‌ସିବି ଆଇପିଏଲ୍‌ ନ ଜିତିବା ଯାଏ ମୁଁ ସ୍କୁଲ ଯିବିନି।’ ଝିଅଟି ଦଳୀୟ ଜର୍ସି ପିନ୍ଧିଥିବାବେଳେ ତା’ର ଏପରି ଆର୍‌ସିବି ପ୍ରତି ଭଲପାଇବା ଦେଖି ଲୋକେ ସେହି ଫଟୋରେ ଅନେକ ମଜାଳିଆ କମେଣ୍ଟ କରିଥିବା ଦେଖିବାକୁ ମିଳିଛି। ଜଣେ ଲେଖିଛନ୍ତି, ଝିଅ ତା’ହେଲେ ତମେ କେବେ ସ୍କୁଲ ଯାଇପାରିବନି। ଆଇପିଏଲ୍‌ ୨୦୦୭ରେ ଆରମ୍ଭ ହୋଇଥିବାବେଳେ ଆର୍‌ସିବି କେଉଁବର୍ଷ ମଧ୍ୟ ଜିତିପାରିନି। ଚଳିତବର୍ଷ ଆୟୋଜିତ ଲିଗ୍‌ରେ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ମଧ୍ୟରୁ ଆର୍‌ସିବି ୪ଟି ଜିତିଛି।

Share