Posted inଜାତୀୟ

ଆର୍‌ଏସ୍‌ଏସ୍‌ ଶିକ୍ଷାକୁ ନିୟନ୍ତ୍ରଣ କଲେ ଦେଶ ଧ୍ୱଂସ ହୋଇଯିବ: ରାହୁଲ

ନୂଆଦିଲ୍ଲୀ,୨୪ା୩:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଯଦି ଶିକ୍ଷା ବ୍ୟବସ୍ଥାକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନିଏ ତେବେ ଦେଶ ଧ୍ୱଂସ ହୋଇଯିବ ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର କହିଛନ୍ତି। ଇଣ୍ଡିଆ ବ୍ଲକ୍‌ର ଦଳଗୁଡ଼ିକ ମଧ୍ୟରେ ନିଜସ୍ବ ବିଚାରଧାରା ଏବଂ ନୀତିକୁ ନେଇ ସାମାନ୍ୟ ମତଭେଦ ଥାଇପାରେ। ତେବେ ଦେଶର ଶିକ୍ଷା ବ୍ୟବସ୍ଥା ସହ ସେମାନେ କଦାପି ସାଲିସ୍‌ କରିପାରିବେ ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି। ଗୋଟିଏ ସଂଗଠନ ଦେଶର ଶକ୍ଷା ବ୍ୟବସ୍ଥା ଓ ଭବିଷ୍ୟତକୁ ଧ୍ୱଂସ କରିଦେବାକୁ ଚାହୁଁଛି। ଏହା ଯଦି ଆର୍‌ଏସ୍‌ଏସ୍‌ ହାତକୁ ଯାଏ, ତେବେ ଧୀରେ ଧୀରେ ତାହା ହିଁ ଘଟିବ ଏବଂ ଦେଶ ଧ୍ୱଂସ ହୋଇଯିବ। କେହି ନିଯୁକ୍ତି ପାଇବେ ନାହିଁ। ଜାତୀୟ ଶିକ୍ଷାନୀତି ବିରୋଧରେ ଇଣ୍ଡିଆ ବ୍ଲକ୍‌ର ଛାତ୍ର ସଂଗଠନଗୁଡ଼ିକ ଦ୍ୱାରା ଆୟୋଜିତ ବିକ୍ଷୋଭରେ ସାମିଲ ହୋଇ ରାହୁଲ ଏହା କହିଛନ୍ତି। ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି (ଭିସି)ମାନେ ଆର୍‌ଏସ୍‌ଏସ୍‌ ଦ୍ୱାରା ଅବଦମିତ ହୋଇଛନ୍ତି। ଆଗକୁ ସେମାନଙ୍କ ସୁପାରିସରେ ଭିସି ନିଯୁକ୍ତ କରାଯିବ। ଏହାକୁ ବନ୍ଦ କରିବାକୁ ହେବ ବୋଲି ବିରୋଧୀ ଦଳ ନେତା ଯନ୍ତରମନ୍ତରଠାରେ ଅନୁଷ୍ଠିତ ବିକ୍ଷୋଭରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ର’କୁ ନିଷିଦ୍ଧ ଘୋଷଣା ସୁପାରିସ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୭ା୩: ଭାରତରେ ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ ହେବାରେ ଲାଗିଛି। ସଂଖ୍ୟାଲଘୁମାନେ ଭେଦଭାବପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ ହେଉଥିବା ଦର୍ଶାଇ ଆମେରିକା ଚିନ୍ତାବ୍ୟକ୍ତ କରିଛି। ଏପରି କି ଭାରତକୁ...

ଶିନ୍ଦେଙ୍କ ପରେ ସୀତାରାମନଙ୍କୁ କଟାକ୍ଷ କରି ଫସିଲେ, ଦ୍ୱିତୀୟ ଥର ସମନ କଲା ମୁମ୍ବାଇ ପୋଲିସ

ମୁମ୍ବାଇ, ୨୭।୩: ବିବାଦରେ ଥିବା ଷ୍ଟାଣ୍ଡ୍‌ଅପ୍‌ କମେଡିଆନ କୁନାଲ କାମ୍‌ରା ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଟାର୍ଗେଟ କରି ନିଜର ଏକ ବ୍ୟଙ୍ଗାତ୍ମକ...

ମହଙ୍ଗା ହେବ ସରକାରୀ-ନିୟନ୍ତ୍ରିତ କର୍କଟ, ହୃଦଘାତ, ମଧୁମେହ ଔଷଧ: ସୂତ୍ର

ନୂଆଦିଲ୍ଲୀ,୨୭।୩: କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ...

ଗଛ କାଟିବା ମଣିଷ ହତ୍ୟାଠାରୁ ବଡ଼ ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬।୩: ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ବହୁ ସଂଖ୍ୟାରେ ଗଛ କାଟିବା ମଣିଷ ହତ୍ୟାଠାରୁ ମଧ୍ୟ ଘୃଣ୍ୟ କାର୍ଯ୍ୟ। ଏହାସହ ସର୍ବୋଚ୍ଚ...

ପିଲାଙ୍କ ବୁଦ୍ଧି ଭ୍ରଷ୍ଟ କରୁଛି ଭିଡିଓ ଗେମ୍: ସହପାଠୀଙ୍କ ୧୦ ଟଙ୍କାର ଚ୍ୟାଲେଞ୍ଜରେ ହାତ କାଟିଦେଲେ ୪୦ ଛାତ୍ର

ଗୁଜରାଟ,୨୬।୩: ମାତ୍ର ୧୦ ଟଙ୍କା ପାଇଁ ସହପାଠୀଙ୍କ ପ୍ରରୋଚନାରେ ହାତ କାଟିଦେଲେ ୪୦ ସ୍କୁଲ ଛାତ୍ର। ଏଭଳି ଏକ ବିଚିତ୍ର କାଣ୍ଡ ଘଟିଛି ଗୁଜରାଟର ମୋଟା...

ଟ୍ରମ୍ପଙ୍କ ଧମକ ପରେ ସତରେ କ’ଣ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତୁତ ହେଉଛି ଭାରତ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୨୬।୩: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ସାରା ବିଶ୍ୱରେ ଶୁଳ୍କ ଯୁଦ୍ଧକୁ ନେଇ ହଙ୍ଗାମା ଚାଲିଛି। ଭାରତ ଏବଂ ଆମେରିକା ମଧ୍ୟ ବାଣିଜ୍ୟ...

କଂଗ୍ରେସ ବିରୋଧରେ ସୁନା ଇଟା ଧରି ବିରୋଧ ପ୍ରଦର୍ଶନ କଲା BRS

ହାଇଦ୍ରାବାଦ,୨୬।୩: ବୁଧବାର ତେଲଙ୍ଗାନା ବିଧାନ ପରିଷଦରେ କଂଗ୍ରେସ ସରକାରଙ୍କ ବିରୋଧରେ ଭାରତ ରାଷ୍ଟ୍ର ସମିତି (BRS)ର ଜଣେ MLC ଏକ ଅନନ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।...

ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image