ମହଙ୍ଗା ଘଣ୍ଟା ପିନ୍ଧିଲେ ସିଦ୍ଧାର୍ଥ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିକଟରେ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ବିବାହ କରିଥିଲେ। ବିବାହ ପରେ ରାଜସ୍ଥାନର ଜୈସଲମିରରୁ ଦିଲ୍ଲୀ ଫେରିଥିଲେ। ବିମାନବନ୍ଦରରେ ସିଦ୍ଧାର୍ଥଙ୍କ ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ବିବାହ ପରେ ଦିଲ୍ଲୀ ଫେରିଥିବା ସିଦ୍ଧାର୍ଥ ଏବଂ କିଆରାଙ୍କ ବିମାନବନ୍ଦରର ଅନେକ ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। କିଆରା ସିନ୍ଦୂର, ତାଙ୍କ ହାତରେ ଚୁଡ଼ି ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଅନ୍ୟ ପଟେ ସିଦ୍ଧାର୍ଥ ଚମଡ଼ା ଜ୍ୟାକେଟ, ଜିନ୍ସ ଏବଂ ଚଷମା ପିନ୍ଧିଥିଲେ। ସିଦ୍ଧାର୍ଥ ହାତରେ ପିନ୍ଧିଥିବା ଘଣ୍ଟା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାର ମୂଲ୍ୟ ବହୁତ ଅଧିକ କୁହାଯାଉଛି।
ସିଦ୍ଧାର୍ଥଙ୍କ ସିଲଭର ଷ୍ଟୋନ ମଡେଲରେ ଏହି ଘଣ୍ଟା ଅନ୍ତର୍ଜାତୀୟ ୱାଚ କମ୍ପାନୀ ଗ୍ରାହାମର ଅଟେ। ଏହି ଘଣ୍ଟାର ବଜାର ମୂଲ୍ୟ ୪ ଲକ୍ଷ ୭୫ ହଜାର ଟଙ୍କା ବୋଲି କୁହାଯାଉଛି। ଖୁଚୁରା ବ୍ୟବସାୟରେ, ଏହି ଘଣ୍ଟାର ମୂଲ୍ୟ ପ୍ରାୟ ୪ ଲକ୍ଷ ୪୮ ହଜାର ଟଙ୍କା ବୋଲି ଦାବି କରାଯାଉଛି। ଏହି ଘଣ୍ଟା ମୂଲ୍ୟରେ ଏକ କାର୍‌ ମଧ୍ୟ କିଣି ହୋଇଯିବ।
ବିବାହ ପରେ ସିଦ୍ଧାର୍ଥ ଏବଂ କିଆରାଙ୍କ ପ୍ରଥମ ବିବାହ ରିସେପ୍ସନ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ଉଭୟ ବିବାହର ଦ୍ୱିତୀୟ ରିସେପସନ ୧୨ ଫେବୃଆରୀରେ ମୁମ୍ବାଇରେ ଅନୁଷ୍ଠିତ ହେବ।

Share