ଏସିଡ଼ ପୀଡ଼ିତାଙ୍କ ମୃତ୍ୟୁ ହେଲେ ଦୋଷୀଙ୍କୁ ସାରା ଜୀବନ ଜେଲରେ କାଟିବାକୁ ପଡିବ

କାଠମାଣ୍ଡୁ,୨୫ ।୯: ବେଳକୁ ବେଳ ବଢି ଚାଲିଛି ଏସିଡ୍ ଆକ୍ରମଣ ଘଟଣା । ଆଉ ଏହାପରେ ପୀଡ଼ିତା ନ୍ୟାୟ ପାଇବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହୁଛନ୍ତି । ଏହାକୁ ନେଇ ଏବେ ନେପାଳର ଆଇନ ମନ୍ତ୍ରୀ ଶିବ ମୟ ଥୁମ୍ବରାହାମ୍ପେ କହିଛନ୍ତି ଏଣିକି ଏସିଡ୍ ଆକ୍ରମଣରେ ଯଦି କାହାର ମୃତ୍ୟୁ ହେଲା ତେବେ ଦୋଷୀଙ୍କୁ ଆଜିବନ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏହାପରେ ଯଦି ଏସିଡ୍ ଆକ୍ରମଣରେ କୌଣସି ଲୋକର ଅଙ୍ଗ କ୍ଷତିଗ୍ରସ୍ତ ହୁଏ ତେବେ ମଧ୍ୟ ପୀଡ଼ିତ ବା ପୀଡ଼ିତାଙ୍କୁ ଦୋଷୀ ୧ ମିଲିୟନ ନେପାଳି ଅର୍ଥ ପ୍ରଦାନ କରିବା ସହ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ।

Share