ଭାଜପା ସରକାର ଆସିଲେ ରାମରାଜ୍ୟ ହେବ: ରାଜନାଥ

ରଣପୁର,୧୧ା୫(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ଓଡ଼ିଶାରେ ଭାଜପା ସରକାର ଆସିଲେ ରାମ ରାଜ୍ୟ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଜନାଥ ଅପରାହ୍ନ ୫ଟାରେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ରଣପୁରସ୍ଥିତ ଜେଲ ଛକରେ ଥିବା ପଡିଆରେ ପହଞ୍ଚତ୍ ଥିଲେ। ସେଠାରୁ ସଡ଼କ ପଥରେ ଆସି ରଣପୁର ପଞ୍ଚୁଦୋଳ ପଡିଆଠାରେ ଅନୁଷ୍ଠିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ। ଶ୍ରୀଜଗନ୍ନାଥ ଓ ମା’ମଣିନାଗଙ୍କୁ ପ୍ରଣାମ କରି ରାଜନାଥ ତାଙ୍କର ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ପ୍ରଥମ ଥର ରଣପୁର ଆସିଛି। ଲୋକଙ୍କ ସମାଗମ କହୁଛି ଏଥର ଓଡ଼ିଶାରେ ଭାଜପା ସରକାର ଗଠନ କରିବ। ଆମେ କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବାକୁ କହିଥିଲୁ ହଟାଇଲୁ, ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ ତାହା କରିକି ଦେଖାଇଲୁ। ସବୁ ଧର୍ମର ମା’ ଭଉଣୀ ସହ ରହିଛୁ, ସେଥିପାଇଁ ଆମେ ୩ ତଲାକକୁ ଉଠାଇ ଦେଲୁ। ଓଡ଼ିଶାବାସୀ ୫୦ବର୍ଷ କଂଗ୍ରେସ ସରକାର ଓ ୨୫ବର୍ଷ ବିଜେଡି ସରକାର ଦେଖିଲେ। ଏଥର ଭାଜପାକୁ କ୍ଷମତାକୁ ଆଣନ୍ତୁ। କଂଗ୍ରେସ ଗରିବ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଏହା ସମ୍ଭବ ହେଲାନି, ହେଲେ ମୋଦି କରି ଦେଖାଇଲେ। ସମାବେଶରେ ପ୍ରତିରକ୍ଷା ମନ୍ତ୍ରୀ ସିଂ ଭାଜପା ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ରଣପୁର ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥତ୍ନୀ ସୁରମା ପାଢ଼ୀଙ୍କୁ ସମର୍ଥନ କରିବାକୁ ଉପସ୍ଥିତ ଲୋକମାନଙ୍କୁ ନିବେଦନ କରିଥିଲେ। ଶେଷରେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଧନ୍ୟବାଦ ଦେଇଥିଲେ।

Share