ବ୍ୟକ୍ତି ନୁହେଁ, ବହି ପୁରସ୍କୃତ ହେଲେ ପୁରସ୍କାରର ମର୍ଯ୍ୟାଦା ବଢ଼ିବ

ଶାରଳା ପୁରସ୍କାର ପାଇଁ ଚଳିତବର୍ଷ ବିଶିଷ୍ଟ ସାହିତି୍ୟକ ଭୀମ ପୃଷ୍ଟି ମନୋନୀତ ହୋଇଛନ୍ତି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳୁଛି। ଯାଜପୁର ଜିଲା ଧର୍ମଶାଳା କଏମାରେ ୧୯୫୯ ଜାନୁୟାରୀ ୧୧ରେ ଜନ୍ମ ଗ୍ରହଣ କରିଥିବା ସାହିତି୍ୟକ ପୃଷ୍ଟିଙ୍କର ଗଳ୍ପ ଓ ଉପନ୍ୟାସରେ ରହିଛି ଅନନ୍ୟ ସୃଷ୍ଟି। ହୋ ମଣିଷମାନେ, ପେଟ ଓ ପେଟତଳେ, ଗପର ହାତଗୋଡ଼, ସମୁଦ୍ର ମଣିଷ, ସାତ ଉପନ୍ୟାସ, ଅଧେ ମଣିଷ, ଲଛମନିଆ ଭଳି ଅନେକ କୃତି ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି। ପୃଷ୍ଟିଙ୍କ ସହ ଏଥରର ଧରିତ୍ରୀ ଆଳାପ।
– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର

ଶାରଳା ପୁରସ୍କାର ପାଇଁ ଶୁଭେଚ୍ଛା। ଏ ନେଇ ଆପଣଙ୍କ ପ୍ରତିକ୍ରିୟା କ’ଣ?
ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବା ପରେ ବହୁତ ଶୁଭେଚ୍ଛା ମିଳିଛି। ପୁରସ୍କାର ଜଣେ ଲେଖକକୁ ଅନବରତ ଲେଖିବା ପାଇଁ ପ୍ରେରଣା ଦିଏ। ସବୁଠୁ ବଡ଼ କଥା ହେଲା କୌଣସି ବହି ପୁରସ୍କୃତ ହେଲେ ତାହାର ପାଠକ ସଂଖ୍ୟା ବୃଦ୍ଧି ଘଟେ। ମୁଁ ଖୁସି ଯେ, ଜମ୍ବୁଲୋକ ଉପନ୍ୟାସ ପାଇଁ ମୋର ନୂଆ ପାଠକ ସୃଷ୍ଟି ହେବେ।
ଜମ୍ବୁଲୋକ ଉପନ୍ୟାସ ସମ୍ପର୍କରେ ଆପଣଙ୍କ ଦୃଷ୍ଟିଭଙ୍ଗୀ କ’ଣ?
ଏହି ଉପନ୍ୟାସରେ ୨ ଦେଶର କଥା ଅଛି। ଗୋଟିଏ ହେଉଛି ଭାରତ ଅନ୍ୟଟି ବାଂଲାଦେଶ। ବାଂଲାଦେଶ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ରିଫ୍ୟୁଜିମାନେ ବିସ୍ଥାପିତ ହୋଇ ଭାରତରେ ରହିଛନ୍ତି। ସ୍ଥାନ ପରିଚୟକୁ ନେଇ ସେମାନଙ୍କ ଭିତରେ ରହିଛି କ୍ଷୋଭ ଓ ଯନ୍ତ୍ରଣା। ଜନ୍ମ ଦେଶ କୁହେ ପଳାୟନବାଦୀ ଓ ଯେଉଁଠି ଆଶ୍ରୟ ନେଇଛନ୍ତି ସେ ଦେଶ କୁହେ ରିଫ୍ୟୁଜି। ଦେଶକୁ ନେଇ ସେମାନଙ୍କ ଭିତରେ ଥିବା ଦୁଃଖ, କ୍ଷୋଭ, ସଂଘର୍ଷର କଥା ହେଉଛି ଜମ୍ବୁଲୋକ ଉପନ୍ୟାସ।
କାହାକୁ ପୁରସ୍କାର ମିଳିଲେ ନାନା କଥା ସହ ବିବାଦ ଦେଖିବାକୁ ମିଳେ। ଆପଣ ସେମିତି କିଛି ସାମ୍ନା କରିଛନ୍ତି?
ପୁରସ୍କାରକୁ ଦୃଷ୍ଟିରେ ନ ରଖି ଲେଖକ ଲେଖିଲେ ଠିକ୍‌ ଭାବେ ସାହିତ୍ୟ ସର୍ଜନା ହୋଇପାରିବ। ନଚେତ ତାହା ଦୁର୍ବଳ ହେବ। ମୁଁ ଯେତେବେଳେ ଅନ୍ୟମାନଙ୍କର ପ୍ରତିକ୍ରିୟା ଦେଖିଲି, ତାହା ଥିଲା ଏହି ପୁସ୍ତକ ସପକ୍ଷରେ। ବାକି ରହିଲା ପୁରସ୍କାର, ଲବି, ଗୋଷ୍ଠୀ। ତାହା ମଧ୍ୟ ହେଉଛି। ବର୍ତ୍ତମାନ ପୁରସ୍କାର ପାଇବା ଅନ୍ୟମାନଙ୍କ ଆଖିରେ ଏକ ନିନ୍ଦାର ବିଷୟ ହୋଇଯାଇଛି। ଯେମିତି ଲେଖକ ପୁରସ୍କାର ପାଇବାକୁ ଚେଷ୍ଟା କରୁଛି। ପୁରସ୍କାର ଆଜି କିଏ ପାଇଛି ତାହା ଲୋକ କାଲି ଭୁଲିଯିବେ, ମାତ୍ର ପୁରସ୍କୃତ ହୋଇଥିବା ଭଲ ବହି କାଳଜୟୀ ହୋଇରହିଥାଏ। ତେଣୁ ବ୍ୟକ୍ତିକୁ ନୁହେଁ, ବହିକୁ ପୁରସ୍କୃତ କଲେ ପୁରସ୍କାରର ମର୍ଯ୍ୟାଦା ବଢ଼ିବ।
ଆପଣଙ୍କ ସାହିତ୍ୟ ଯାତ୍ରା ବିଷୟରେ କିଛି କହିବେ?
ଗ୍ରାମୀଣ ପରିବେଶରେ ମୋର ଶୈଶବ, କୈଶୋର ଓ ଯୌବନ ବିତିଛି। ପିଲାଦିନ ସାଂସ୍କୃତିକ ପରିବେଶ ଭିତରେ ଥିଲା। ହାଇସ୍କୁଲରୁ ଶିଶୁ କବିତା, ଗଳ୍ପ ଲେଖିବା ଆରମ୍ଭ କରିଥିଲି। କଲେଜକୁ ଆସିବା ପରେ ଆଧୁନିକ ଗପ ଓ କବିତା ଲେଖିଲି। ବିଶ୍ୱବିଦ୍ୟାଳୟକୁ ଆସିବା ପରେ ଗଳ୍ପ ଓ ଉପନ୍ୟାସ ଲେଖିଲି।
ସମାଜ ଓ ସାହିତ୍ୟକୁ ନେଇ ଆରଣଙ୍କ ମତ କ’ଣ ରହିବ?
ସମାଜକୁ ନେଇ ସାହିତ୍ୟ। ଲେଖକଟିଏ ସ୍ପର୍ଶକାତର ମଣିଷ। କୌଣସି ଘଟଣା ଶୁଣିଲେ ଯଦି ଲେଖକ ଭିତରେ ପ୍ରତିଘାତ ଆସୁଛି, ତାହାକୁ ସେ ସାହିତ୍ୟ ମାଧ୍ୟମରେ ରୂପ ଦିଏ।
ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ଛାପା ବହିର ଭବିଷ୍ୟତ ସମ୍ପର୍କରେ କ’ଣ କହିବେ?
ଛପା ବହି ଭବିଷ୍ୟତରେ କମ୍‌ ଆସିବ। ତା’ମାନେ ନୁହଁ ନିଷ୍ପ୍ରଭ ହୋଇଯିବ। ଏବେକାର ପିଢ଼ି ମଧ୍ୟ ଲେଖୁଛନ୍ତି, ତେଣୁ ବହି ରହିବ। ଧୀରେ
ଧୀରେ କମିପାରେ ଓ ତାହା ଇ-ବୁକ୍‌ ଭିତରକୁ ଆସିଯିବ। ଆମର ଯେଉଁ ପରିବର୍ତ୍ତନ ଆସୁଛି ତାହା ଭଲ କଥା। ଲୋକ ସୋସିଆଲ ମିଡିଆରେ ସାହିତ୍ୟ ସର୍ଜନା କରୁଛନ୍ତି। ତା’ପାଇଁ ମଧ୍ୟ ପାଠକ ଅଛନ୍ତି। ତାହା ଏବେ ସେମାନଙ୍କ ପାଇଁ ଏକ ବିକଳ୍ପ। ସୋସିଆଲ ମିଡିଆ ଆଗକୁ ଯିବ, ଯିବା ବି ଦରକାର। ସାହିତ୍ୟ ବନ୍ଦ ହେବନି। ସାହିତ୍ୟ ପରିପ୍ରକାଶ କରିବାର ମାଧ୍ୟମରେ ପରିବର୍ତ୍ତନ ହେବ।
ଓଡ଼ିଆ ସାହିତ୍ୟର ଗୁଣବତ୍ତା ସମ୍ପର୍କରେ କ’ଣ କହିବେ?
ଗୁଣବତ୍ତା ପ୍ରଚୁର ରହିଛି। ଓଡ଼ିଆ ବର୍ତ୍ତମାନ ଶାସ୍ତ୍ରୀୟ ଭାଷା। ଏହାର ଏକ ବଡ଼ ପରମ୍ପରା ରହିଛି। ବିଭିନ୍ନ ଗୁଣ, ଚେତନା ରହିଛି। ଏହା ନ ରହିଥିଲେ କେମିତି ବର୍ତ୍ତମାନ ଭାରତୀୟ ଆଞ୍ଚଳିକ ସାହିତ୍ୟ ସହ ସମକକ୍ଷ ଥାଆନ୍ତା। ଆଉ ଭାରତୀୟ ସାହିତ୍ୟରେ ଓଡ଼ିଆ ସାହିତ୍ୟ ଯଥେଷ୍ଟ ସ୍ବୀକୃତି ପାଇଛି। ଆଧୁନିକ ରୂପରେ ଏହା ଅଧିକ ମଜଭୁତ ମଧ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri