ରାସ୍ତାରେ ଗୋରୁ ବୁଲିଲେ ମାଲିକ ଦେବେ ଜରିମାନା

ନୟାଗଡ଼,୨୧ା୧୦(ଲୋକନାଥ ମିଶ୍ର): ବିପର୍ଯ୍ୟସ୍ତ ଟ୍ରାଫିକ୍‌ ସମସ୍ୟାକୁ ସୁଧାରିବାକୁ ନୟାଗଡ଼ ମ୍ୟୁନିସିପାଲିଟି ଉଦ୍ୟମ କରିଛି। ରାସ୍ତାରେ ଗୋରୁ ବୁଲିଲେ ସେମାନଙ୍କୁ ଉଦ୍ଧାର କରି ଗୋଶାଳାରେ ରଖାଯିବ। ଗୋ ମାଲିକ ଜରିମାନା ଦେଲେ ଛଡା ଯିବ। କେହି ଦାବିଦାର ନ ଥିଲେ ବିକ୍ରି ବି କରାଯିବ। ଗୋରଙ୍କ ଉପରେ ଲାଗିଥିବା କଟକଣା ନେଇ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ସଚେତନତା ଆରମ୍ଭ ହୋଇଛି। ସଫେଇ ଗାଡିରେ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ପ୍ରଚାର କରାଯାଉଛି। ଅନ୍ୟପକ୍ଷେ ଶୁକ୍ରବାର ମ୍ୟୁନିସିପାଲିଟି ପକ୍ଷରୁ କରାଯାଇଥିବା କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ କାର୍ଯ୍ୟକାରୀ କରାଯିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲା ସଦର ମହକୁମାରେ ଥିବା ନୟାଗଡ଼ ମ୍ୟୁନିସିପାଲିଟିରେ ଗୋରୁ ଓ କୁକୁର ରାସ୍ତାଘାଟରେ ସବୁବେଳେ ବୁଲୁ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି। ସହର ମଧ୍ୟ ଦେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଯାଇଛି। ରାଜପଥରେ ମଧ୍ୟରେ ଗାଈ ଓ କୁକୁରଙ୍କ ଉତ୍ପାଦ ଲାଗି ରହିଛି। ଗୋରୁ ମାଲିକମାନେ କ୍ଷୀର ଦୁହିଁ ଗାଈକୁ ଛାଡି ଦେଉଛନ୍ତି। ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ବାରମ୍ବାର ତାଗିଦ୍‌ ପରେ ସୁଫଳ ମିଳି ନ ଥିଲା। ଶେଷର ନୟାଗଡ଼ ମ୍ୟୁନିସିପାଲିଟି କଠୋର ହୋଇଛି। ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ ପ୍ରଚାର ପରେ ବି ଶୁକ୍ରବାର ଗୋରୁ ୫୭ ନଂ. ଜାତୀୟ ରାଜପଥ, ନୟାଗଡ଼ ସହରର ବିଭିନ୍ନ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ନୟାଗଡ଼ ମ୍ୟୁନିସିପାଲିଟିର ପ୍ରଚାର ଗୋରୁ ମାଲିକଙ୍କ ଉପରେ କିଛି ପ୍ରଭାବ ପକାଇନି। ମ୍ୟୁନିସିପାଲିଟି ଗାଈଙ୍କୁ ଉଦ୍ଧାର କରି ଗୋଶାଳା ପଠାଇବା ଓ ଫାଇନ ଲାଗୁ କରିବା ପରେ ସ୍ଥିତି ଜଣାପଡିବ। ଏ ନେଇ ନୟାଗଡ଼ ମ୍ୟୁନିସିପାଲିଟି ଚେୟାରମ୍ୟାନ ନିରୁପମା ଖଟେଇ କହିଛନ୍ତି, ବିପର୍ଯ୍ୟସ୍ତ ଟ୍ରାଫିକ୍‌ ସେବାକୁ ସୁଧାରିବାକୁ ଯାଇ ଗୋରୁଙ୍କ ଉପରେ ଊଗାମ ଲଗାଇବାକୁ ନିଷ୍ପତ୍ତି ହୋଇଛି। ରାସ୍ତାରୁ ଗୋରୁ ହଟିଲେ ଟ୍ରାଫିକ ବିଶୃଙ୍ଖଳା ଦୂର ହେବ ବୋଲି ଆଶା କରାଯାଉଛି। ଗୋ ମାଲିକଙ୍କୁ ଏ ନେଇ ସଚେତନତା କରାଯାଉଛି। ପରେ କଟକଣାକୁ ଲାଗୁ କରାଯିବ ବୋଲି କହିଛନ୍ତି। ସହର ବାସିନ୍ଦା ଧ୍ରୁବ ସାହୁ କୁହନ୍ତି, ନୟାଗଡ ମ୍ୟୁନିସିପାଲିଟି ପକ୍ଷରୁ ବିଭିନ୍ନ ନିଷ୍ପତ୍ତି ନିଆଯାଉଛି। ତେବେ ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ରାସ୍ତାରେ ଗୋରୁ ଉପରେ କଟକଣା ଲାଗିବା ଦରକାର। ଏହାକୁ ସମସ୍ତେ ସ୍ବାଗତ କରୁଛନ୍ତି। ତେବେ ଆନ୍ତରିକତାର ସହ ଏ ନେଇ କାର୍ଯ୍ୟ ନ କଲେ କଟକଣା ବାଟବଣା ହୋଇଯିବ। କାରଣ ବିଭିନ୍ନ ସମୟରେ ଏହାକୁ ଲାଗୁ କରାଯାଇଛି। ଚାପରେ ଚେପା ହୋଇ ପୁଣି ନିୟମ ବାଟବଣା ହୋଇଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ

ଆସିକା, ୧୨ା୪ (ସୁରେନ୍ଦ୍ର ନାଥ ସାହୁ) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କ ଆସିକା ତାଲୁକାରୋଡ଼ସ୍ଥିତ ପୈତୃକ...

ବେଆଇନ ନିଶା କାରବାର ନେଇ କାଉନ୍‌ସିଲରଙ୍କ ଅଭିଯୋଗ, ଅବକାରୀ ବିଭାଗ- ଗଞ୍ଜାମ ପୋଲିସର ଚଢ଼ାଉ

ଗଞ୍ଜାମ,୧୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଇଥିବା ନେଇ ସ୍ଥାନୀୟ କିଛି କାଉନ୍‌ସିଲର ଶୁକ୍ରବାର ସାରେ ଗଞ୍ଜାମ ଥାନାରେ...

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ...

ସ୍ବୀକୃତି ନୁହେଁ, କୃତି ପଛରେ ଦୌଡ଼ିଲେ ସଫଳତା ମିଳେ ଯୁବ ଲେଖକ ସମ୍ମିଳନୀ

ନୂଆପଡ଼ା,୧୨ା୪ (ମକାରୁ ବେମାଲ)-ସ୍ଥାନୀୟ ନ୍ୟାଶନାଲ କଲେଜଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ...

ରୋଜ ଭ୍ୟାଲି ପୋଞ୍ଜି ଘୋଟଲାରେ ଫଶିଥିବା ନିବେଶକଙ୍କୁ ମିଳିଲା ଆଶ୍ୱସ୍ତି, ୭୫. ଲକ୍ଷ ଲୋକଙ୍କୁ ସରକାର ଫେରାଇବେ ଟଙ୍କା

ନୂଆଦିଲ୍ଲୀ,୧୨।୪: ରୋଜ ଭ୍ୟାଲି ପୋଞ୍ଜି ଦୁର୍ନୀତିରେ ଠକେଇ ହୋଇଥିବା ଲକ୍ଷ ଲକ୍ଷ ନିବେଶକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସମ୍ପତ୍ତି...

ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ: ପ୍ରଦର୍ଶିତ ହେବ ୧୫ ଦେଶର ଚଳଚ୍ଚିତ୍ର

ଭବାନୀପାଟଣା,୧୨।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁଶନ କନ୍‌ଫରେନ୍ସ ହଲରେ ରବିବାର ଏପ୍ରିଲ ୧୩ ତାରିଖରୁ ଏପ୍ରିଲ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୧୪ ଲକ୍ଷ ଠକେଇ ଘଟଣା ଗୁଜରାଟରୁ ଦୁଇ ସାଇବର ଠକ ଗିରଫ

ବ୍ରହ୍ମପୁର,୧୨ା୪: (ସୁବାସ ପାଢ଼ୀ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଗତ ଫେବୃଆରୀ ମାସରେ ଡିଜିଟାଲ ଆରେଷ୍ଟ ଭୟ ଦେଖାଇ ସାଇବର ଗ୍ୟାଙ୍ଗ ୧୪...

ମୁର୍ଶିଦାବାଦ ହିଂସାରେ ୩ ଜଣଙ୍କ ମୃତ୍ୟୁ, ୧୧୦ ଗିରଫ, ହାଇକୋର୍ଟ ଗଲା ଭାଜପା

କୋଲାକାତା,୧୨।୪: ପଶ୍ଚିମବଙ୍ଗର ଅନେକ ଜିଲାରେ ୱକଫ ଆଇନ ବିରୋଧରେ ହିଂସାତ୍ମକ ପ୍ରତିବାଦ ଦେଖିବାକୁ ମିଳୁଛି। ଶୁକ୍ରବାର ୱକଫ ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ସମୟରେ ମୁସଲିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image