ନୂଆଦିଲ୍ଲୀ,୨୧।୮: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ରାଜନୈତିକ ପାଗ ଅନୁକୂଳ ହୋଇଛି। ଏବେ ସବୁ ଦଳର ନେତାମାନେ ରାଜ୍ୟରେ ଆଡ୍ଡା ଜମାଇଛନ୍ତି। ଏଥିପାଇଁ ହରିୟାଣା ଅର୍ଥମନ୍ତ୍ରୀ ଜେପି ଦଲା ନିକଟରେ ଏକ ରାଲି କରିଛନ୍ତି। ଯେଉଁଠାରେ ସେ ଏମିତି ବୟାନ ଦେଇଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି।
ଜେପି ଦଲା କହିଛନ୍ତି, ହରିୟାଣାରେ ଆମ ସରକାର ଗଠନ ହେବ। ଯଦି ପ୍ରଭୁ ରାମ ରାଗି ଯାଆନ୍ତି ଏବଂ କୌଣସି ପ୍ରକାରେ ସରକାର ଗଠନ ନ ହୁଏ, ତେବେ ଆମର ଦିଲ୍ଲୀ ଲୋକମାନେ କ୍ଷମତାସୀନ ସରକାରଙ୍କୁ ୬ ମାସରୁ ଅଧିକ ସମୟ ରହିବାକୁ ଦେବେ ନାହିଁ।