Advertisement

ଦାବି ପୂରଣ ନ ହେଲେ ୨୦୨୪ ଭୋଟ ବର୍ଜନ

ବାଲିଗୁଡ଼ା,୨୭।୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ବ୍ଲକ ଅଧୀନ କଇଁଝର ପଞ୍ଚାୟତରେ କିଛି ବର୍ଷ ହେଲା ଏକ ବିଏସ୍‌ଏନ୍‌ଏଲ୍‌ ଟାୱାର୍‌ ସ୍ଥାପନ କରାଯାଇଛି। ହେଲେ ମାସର ଅଧିକାଂଶ ଦିନ ନେଟ୍‌ ୱାର୍କ ରହୁ ନ ଥିବାରୁ କଇଁଝର ପଞ୍ଚାୟତ ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତରେ ୨୫ଟି ୱାର୍ଡ ରହିଥିବା ବେଳେ ୨୯ ରାଜସ୍ବ ଗ୍ରାମ ରହିଛି। ଜନସଂଖ୍ୟା ୫,୫୦୦। ଗ୍ରାମରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ହାଇସ୍କୁଲ ରହିଛି। ଏଭଳିସ୍ଥିତିରେ ନେଟୱାର୍କ ଠିକ୍‌ ଭାବେ ରହୁ ନ ଥିବାରୁ ଛାତ୍ରୀଛାତ୍ର ପାଠପଢାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଜରୁରୀ ପରିସ୍ଥିତିରେ ଅନ୍ୟତ୍ର ଫୋନ ଲାଗୁ ନାହିଁ। ଏହି ସମ୍ପର୍କରେ କଇଁଝର ସରପଞ୍ଚ ରୁନିତା କହଁର ବହୁବାର ବ୍ଲକ ପ୍ରଶାସନ ଏବଂ ଜିଲା ପ୍ରଶାସନଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ହେଁ କେହି ଶୁଣୁ ନ ଥିବା କହିଛନ୍ତି। କଇଁଝର ପଞ୍ଚାୟତରେ ବିଏସ୍‌ଏନ୍‌ଏଲ୍‌ ଟାୱାର ସଜାଡ଼ିବା ସହ ଏକ ଜିଓ ଟାୱାର ସ୍ଥାପନ ନ ହେଲେ ଆଗାମୀ ୨୦୨୪ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel