ଦାବି ପୁରଣ ନ ହେଲେ ସମୂହ ଛୁଟିରେ ଯିବେ ବନ କର୍ମଚାରୀ

ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର)ରାଜ୍ୟରେ ବନ ବିଭାଗର କ୍ଷେତ୍ର କର୍ମଚାରୀ ଯଥା ଉପ ବନାଞ୍ଚଳ ଅଧିକାରୀ, ବନପାଳ, ଏବଂ ବନରଧରକ୍ଷୀ ମାନେ ସୁରକ୍ଷିତ ନୁହନ୍ତି ବୋଲି ଓଡିଶା ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ବାରମ୍ବାର ରାଜ୍ୟ ସରକାରଙ୍କୁ ଜଣାଉଥିଲେ ମଧ୍ୟ ତାହା ସରକାରଙ୍କ କଣ୍ଣର୍ର୍ ଗୋଚର ହେଉନାହିଁା ଯାହାଫଳରେ ଗତ ଏକମାସ ମଧ୍ୟରେ ଜଣେ ଡେପୁଟି ରେଞ୍ଜ ଅଫିସର ଏବଂ ଜଣେ ଫରେଷ୍ଟର ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତିା ଏଥିସହ ଓଡିଶାର ବିଭିନ୍ନ
ଅଞ୍ଚଳରେ ମାଫିଆମାନେ ବନ କର୍ମଚାରୀମାନଙ୍କୁ ଆକ୍ରମଣ କରୁଥିବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ଏହି ଘଟଣାକୁ ନେଇ ଓଡିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘ ସାରା ରାଜ୍ୟରେ ଆସନ୍ତା ଜୁଲାଇ ୮ତାରିଖ ସୁଦ୍ଧା ସେମାନଙ୍କ ପାଞ୍ଚଦଫା ଦାବି ପୂରଣ ନ ହେଲେ ୧୦ତାରିଖରୁ ସମସ୍ତ ସମୂହ ଛୁଟିରେ ଯିବେ ବୋଲି ଦାବିପତ୍ର ପ୍ରଦାନ କରିଛନ୍ତି। ସମୂହ ଛୁଟିରେ ସେମାନେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସଂଘର ଉପ ସଭାପତି ଫକିର ଚନ୍ଦ୍ର ମହାଲି, ଏବଂ ସମ୍ପାଦକ କନ୍ଦର୍ପ ପ୍ରଧାନ ପ୍ରକାଶ କରିଛନ୍ତି। ସଂଘର ଏକ ପ୍ରତିନିଧି ଦଳ ଜିଲାପାଳ ଏବଂ ଡିଏଫଓଙ୍କ ଜରିଆରେ ପାଞ୍ଚଦଫା ଦାବି ସମୂହ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତିା ଏହି ଦାବି ଗୁଡିକ ମଧ୍ୟରେ ରାଜ୍ୟରେ ୫୦ଟି ଅଂଚଳରେ ବନ୍ୟଜନ୍ତୁ ଶଇକାରି କାଠ ମାଫିଆଙ୍କୁ ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଉ, ବନ ବିଭାଗର ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଅଣଗେଜେଟେଡ କ୍ଷେତ୍ର ବନଅଧିକାରୀଙ୍କୁ ସ୍ବତନ୍ତ୍ର କଲ୍ୟାଣ ପାଣ୍ଠି ଯୋଗାଇ ଦିଆଯାଉ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରିଥିବା ବନାଧିକାରୀଙ୍କ ପରିବାର ବର୍ଗଙ୍କୁ ତେଲେଙ୍ଗାନା ରାଜ୍ୟ ପରି ୫୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସାହା ସାହାର୍ଯ୍ୟ ରାଶି ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା।