Advertisement

ଦାବି ପୂରଣ ନ ହେଲେ ବିଧାନସଭା କରାଯିବ ଘେରାଉ:ଓଡିଶା ସ୍କୁଲ କଲେଜ ଶିକ୍ଷକ-କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଚେତାବନୀ

ଛତ୍ରପୁର,୧୭।୨(ଦିଲ୍ଲୀପ ସାମଲ): ବିଭିନ୍ନ ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଗଞ୍ଜାମ ଜିଲା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛୀ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବା ସହ ବିଧାନସଭା ଘେରାଉ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଅନୁଦାନରୁ ବାଦ ପଡିଥିବା ୧୯୪ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର କର୍ମଚାରୀମାନଙ୍କୁ ଅବସରକାଳୀନ ପେନସନ ପ୍ରଦାନ, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି, ସମାନ କାମକୁ ସମାନ ଦରମା ପ୍ରଦାନ ସମେତ ବିଭିନ୍ନ ଦାବି ଉପରେ ଆଲୋକପାତ କରିଛନ୍ତି । ଏହି ଦାବିପତ୍ର ପ୍ରଦାନବେଳେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ଗଞ୍ଜାମ ଜିଲା ସମ୍ପାଦକ ବିଜୟ କୁମାର ବେହେରା, ଓଷ୍ଠାର ଜିଲା ଆବାହକ ହିମାଂଶୁ କୁମାର ପଟ୍ଟନାୟକ, ନୀଳାମ୍ବର ପଟ୍ଟନାୟକ, କେ. ପୂର୍ଣ୍ଣଚନ୍ଦ୍ର ଦୋରା, କୃଷ୍ଣଚନ୍ଦ୍ର ଦାଶ, ଆନନ୍ଦ କୁମାର ପାତ୍ର, ଶ୍ରୀହରି ପଟ୍ଟନାୟକ, ଚତୃର୍ଭୁଜ ଭୂୟାଁ ଓ ଯୁଧିଷ୍ଠିର ପାଢ଼ୀଙ୍କ ବହୁ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।୧

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share