ଦାବି ପୂରଣ ନ ହେଲେ ବିଦ୍ୟାଳୟରେ ପଡ଼ିବ ତାଲା, ଚେତାବନୀ ଦେଲେ ଶିକ୍ଷକ

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ପକ୍ଷରୁ ଶନିବାର ବିକ୍ଷୋଭ ଓ ଶୋଭାଯାତ୍ରା କରି ବିଭିନ୍ନ ଦାବି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ଆନ୍ଦୋଳନରେ ବ୍ଲକର ୨୫ ପଞ୍ଚାୟତରେ ଥିବା ଶତାଧିକ ବିଦ୍ୟାଳୟର ପ୍ରାୟ ୮ ଶହ ଶିକ୍ଷୟିତ୍ରୀ/ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନଙ୍କ ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟତଃ ରାଜ୍ୟରେ ସରକାର ସମସ୍ତ ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷୟିତ୍ରୀ/ଶିକ୍ଷକମାନଙ୍କୁ ନିୟମିତ କରିବା ସହ ଶିକ୍ଷକର୍ମୀ ଓ ଶିକ୍ଷା ସହାୟକମାନଙ୍କ ଠିକା କାର୍ଯ୍ୟକାଳକୁ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ସହ ମୂଳ ଚାକିରିରେ ଗଣନା କରିବା ସହ ଗଣଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା ସହ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଦେବା ନୂତନ ପେନ୍‌ସନ୍‌ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ନେଇ ଦାବି କରିଛନ୍ତି। ଏହି ଦାବି ସରକାର ନ ମାନିଲେ ଆସନ୍ତା ଦିନରେ ସମସ୍ତ ଶିକ୍ଷୟିତ୍ରୀ/ଶିକ୍ଷକ ବିଦ୍ୟାଳୟ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ରାଜ୍ୟ ଶିକ୍ଷକ ନେତା ବିଦେଶୀ ନାୟକ, ଦାରିଙ୍ଗବାଡ଼ି ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରା,ସମ୍ପାଦକ ସଂଗ୍ରାମକେଶରୀ ନାୟକ ପ୍ରମୁଖ କହିଛନ୍ତି। ଶିକ୍ଷକମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିବା ପରେ ବିଇଓ ରସାନନ୍ଦ କର ଏହା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image