Categories: ଜାତୀୟ

କର୍ମଚାରୀ ଟ୍ରାଫିକ ନିୟମ ପାଳନ ନ କଲେ ମାଲିକଙ୍କ ପାଖରେ ଅଭିଯୋଗ କରିବ ପୋଲିସ ବିଭାଗ: ନୂଆ ଟ୍ରାଫିକ ଆଇନ…

ବେଙ୍ଗାଲୁରୁ,୧୬।୧୨ : ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ପାନେ ଦେବା ପାଇଁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଏକ ନିଆରା ପଦକ୍ଷେପ ନେଇଛି। ଏହି ଅନୁଯାୟୀ, ଯଦି କୌଣସି କର୍ମଚାରୀ ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି, ତେବେ ପୋଲିସ ଏହି ଘଟଣାରେ ତାଙ୍କ ମାଲିକଙ୍କ ନିକଟରେ ସିଧାସଳଖ ଅଭିଯୋଗ କରିବ ଏବଂ ତାଙ୍କୁ ଏହା କରିବାର କାରଣ କହିବାକୁ ପଡିବ।

ସର୍ଜାପୁର ଏବଂ ହ୍ବାଇଟଫିଲ୍ଡ ଅଞ୍ଚଳରେ ଟ୍ରାଫିକ ପୋଲିସ ଏହି ଅଭିଯାନ ଆରମ୍ଭ କରିଛି। ଏହା ମହାଦେବପୁରା ଟ୍ରାଫିକ ପୋଲିସ ବିଭାଗ ଅଧୀନରେ ରହିଛି। ଯେଉଁଠାରେ ଆଇଟି କମ୍ପାନୀଗୁଡିକ ଅଧିକ ରହିଛି। ଏହି ଅଭିଯାନ ଅନ୍ତର୍ଗତ ସମ୍ପୃକ୍ତ କର୍ମଚାରୀଙ୍କ ବିଷୟରେ ତୁରନ୍ତ ହ୍ବାଟସ ଆପରେ ତାଙ୍କ ମାଲିକଙ୍କ ନିକଟରେ ଅଭିଯୋଗ କରାଯିବ। ମହାଦେବପୁରା ଟ୍ରାଫିକ ପୋଲିସ ଇନ୍ସପେକ୍ଟର ରମେଶ ଆର କହିଛନ୍ତି ଏହି ଅଭିଯାନ ମାଧ୍ୟମରେ ଆମେ ଜାଣିବାକୁ ଚାହୁଁଛୁ କର୍ମଚାରୀମାନେ ଟ୍ରାଫିକ ନିୟମ ବିଷୟରେ ଅବଗତ ଅଛନ୍ତି କି ନାହିଁ।

ଟ୍ରାଫିକ ନିୟମ ଉଲ୍ଲଂଘନ କରି କର୍ମଚାରୀଙ୍କ ମାଲିକଙ୍କ ନିକଟରେ ଅଭିଯୋଗ ଭାବରେ ଏଫଆଇସିସି ପୋଲିସ ମଧ୍ୟ ଏକ ଚାଲାଣ ପଠାଉଛି। ପୋଲିସ କହିଛି ଏହି ଅଭିଯାନ ବିଷୟରେ କାହାକୁ ବ୍ୟକ୍ତିଗତ ସୂଚନା ଦିଆଯାଉ ନାହିଁ, ବରଂ ଜଣେ ବ୍ୟକ୍ତି କେତେଥର ନିୟମ ଉଲ୍ଲଂଘନ କରିଛନ୍ତି ସେ ନେଇ ଅଭିଯୋଗ ହୋଇଛି। ଟ୍ରାଫିକ ନିୟମ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଆମେ କମ୍ପାନୀଗୁଡିକୁ ସୁପାରିଶ କରୁଛୁ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଲୋକମାନେ ଦେଶର ନିୟମ ପାଳନ କରୁଛନ୍ତି ବୋଲି କେବଳ ସୁନିଶ୍ଚିତ କରିବା।

Share