Categories: ଜାତୀୟ

ପଲଟି ଗଲେ କି ପଲଟୁରାମ! ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ NITI ଆୟୋଗର ପରିଚାଳନା ପରିଷଦର ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଏହି ସଭା ଅନୁଷ୍ଠିତ ହେଉଛି। ଇଣ୍ଡିଆ ମେଣ୍ଟ ଶାସିତ ରାଜ୍ୟମାନଙ୍କ ମଧ୍ୟରେ କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଭାଗ ନେଉଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଇଣ୍ଡିଆ ମେଣ୍ଟର ମମତାଙ୍କୁ ଛାଡି ସବୁ ମୁଖ୍ୟମନ୍ତ୍ରୀ ଏହାକୁ ବୟକଟ କରିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବୈଠକରେ ଯୋଗ ଦେବେ ନାହିଁ ବୋଲି ସୂଚନା ଦେଇଛନ୍ତି।

ବିହାର ସିଏମ ନୀତିଶ କୁମାର ନୀତି ଆୟୋଗ ବୈଠକରେ ଯୋଗ ଦେଇ ନାହାନ୍ତିି। ସୂଚନାନୁସାରେ, ସେ ଡେପୁଟି ସିଏମ ସମ୍ରାଟ ଚୌଧୁରୀଙ୍କୁ ବୈଠକରେ ଯୋଗ ଦେବାକୁ ଅନୁମତି ଦେଇଛନ୍ତି। କିନ୍ତୁ NITI Aayog ର ନିୟମ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ଏଥିରେ କେହି ଯୋଗ ଦେଇପାରିବେ ନାହିଁ। ତେଣୁ ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ବୈଠକରେ ଯୋଗଦେବା ପାଇଁ ନୀତି ଆୟୋଗଙ୍କ ଅନୁମତି ପାଇନାହାଁନ୍ତି। ଏଥିପାଇଁ ସେ ମଧ୍ୟ ବୈଠକରେ ଯୋଗ ଦେଇ ନାହାନ୍ତି।

Share