Posted inଜାତୀୟ

ଅଦାଲତ ଅବମାନନା କରି ଘର ଭାଙ୍ଗିଲେ ନିର୍ମାଣ ନିର୍ଦ୍ଦେଶ ଦିଆଯିବ

ନୂଆଦିଲ୍ଲୀ,୫ା୧୦(ପି.ଟି.): ଅଦାଲତଙ୍କ ନିର୍ଦ୍ଦେଶର ଅବମାନନା କରି ଯଦି ଅଧିକାରୀ କାହାର ଘର ଭାଙ୍ଗନ୍ତି, ତେବେ ତାଙ୍କୁ ଉକ୍ତ ଘର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଅଦାଲତଙ୍କ ବିନା ଅନୁମତିରେ ଦେଶରେ କାହାର ଘର ଭଙ୍ଗାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସେପ୍ଟେମ୍ବର ୧୭ରେ ନିର୍ଦ୍ଦେଶ ଦେଇଥିଲେ। ଏହାର ଅବମାନନା କରାଯାଇ ଗୁଜରାଟ କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ ନାଁରେ ଲୋକଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ଉକ୍ତ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିଶନ୍‌ର ଶୁଣାଣି କରି ଜଷ୍ଟିସ୍‌ ବି.ଆର୍‌. ଭଗାଇ ଏବଂ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀ ସୁମାସ୍ତ ପଟନି ମୁସ୍‌ଲିମ୍‌ ଜମାତ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେ କହିଥିଲେ, ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗୁଜରାଟ କର୍ତ୍ତୃପକ୍ଷ ଘର ଭାଙ୍ଗିଛନ୍ତି। ଅନ୍ୟପକ୍ଷରେ ଗୁଜରାଟ ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହି କହିଥିଲେ, ଉକ୍ତ ନିର୍ମାଣ ସମୁଦ୍ର ସୀମାରେ ଏବଂ ସୋମନାଥ ମନ୍ଦିରଠାରୁ ୩୪୦ ମିଟର ଦୂରରେ ଥିଲା। ତେଣୁ ଏହା ଅଦାଲତଙ୍କ ନିର୍ଦ୍ଦେଶନାମା ପରିସରରେ ଆସୁ ନ ଥିବା ସଲିସିଟର ଜେନେରାଲ କହିଥିଲେ। କାରଣ ଉକ୍ତ ନିର୍ଦ୍ଦେଶ ସର୍ବସାଧାରଣ ସ୍ଥାନରେ ବେଆଇନ ନିର୍ମାଣ ପାଇଁ ଲାଗୁ ହେବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ କହିଥିଲେ, ଯଦି ଗୁଜରାଟ କର୍ତ୍ତୃପକ୍ଷ ଅଦାଲତ ଅବମାନନା କରିଥିବା ଜଣାପଡ଼େ ତେବେ ତାଙ୍କୁ କେବଳ ଜେଲ ପଠାଯିବ ନାହିଁ, ଘର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯିବ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬କୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ସହ ମିଶି ଚାଇନାକୁ ପାନେ ଦେବ ଭାରତ: ଜୟଶଙ୍କରଙ୍କୁ ଭେଟିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି କହିଲେ…

ନୂଆଦିଲ୍ଲୀ,୫।୧ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଡିସାନାଇକେଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଲିଥିବା...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୫।୧୦: ଜମ୍ମୁ କଶ୍ମୀରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନା ପଣ୍ଡ ହୋଇଛି। ସୁରକ୍ଷା ବାହିନୀ ଦ୍ୱାରା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ,...

ଡଲ୍‌ଫିନ୍‌ ହସିପାରନ୍ତି

ନୂଆଦିଲ୍ଲୀ,୫ା୧୦(ପି.ଟି.): ଡଲ୍‌ଫିନ୍‌ଗୁଡ଼ିକ ଖେଳିବା ସମୟରେ ପାଟି ଖୋଲା ରଖି ପରସ୍ପରକୁ ସେମାନଙ୍କ ଭାବନା ବ୍ୟକ୍ତ କରିଥାନ୍ତି। ଅନେକ ସମୟରେ ସେମାନଙ୍କର ଏହି ଅଭିବ୍ୟକ୍ତି ‘ହସ’ ହୋଇପାରେ ବୋଲି...

ସରକାର ବିରୋଧୀ ଲେଖା ପାଇଁ ଖବରଦାତାଙ୍କ ନାଁରେ ମାମଲା କରନାହିଁ

ନୂଆଦିଲ୍ଲୀ,୫ା୧୦: ସରକାରଙ୍କ ପ୍ରତି ସମାଲୋଚନାମୂଳକ ଲେଖା ପାଇଁ ଖବରଦାତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଛନ୍ତି।...

ଅମେଠିରେ ଦଳିତ ପରିବାରର ୪ ଜଣଙ୍କୁ ହତ୍ୟା

ଆମେଠି,୫ା୧୦(ପି.ଟି.): ଉତ୍ତରପ୍ରଦେଶର ଅମେଠିରେ ଜଣେ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ ଓ ୨ ଝିଅଙ୍କୁ ସେମାନଙ୍କ ଭଡ଼ାଘରେ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସେମାନଙ୍କ ପ୍ରତି ଯଦି...

ଆଜି ୯.୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଯିବ ପିଏମ୍‌-କିଷାନ ଟଙ୍କା: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୫ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌-କିଷାନ ଯୋଜନାର ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଦେଶର ୯.୪ କୋଟିରୁ...

ହରିୟାଣାର ୯୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ, ଲୋକଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ

ଚଣ୍ଡିଗଡ଼,୫।୧୦: ହରିୟାଣା ବିଧାନସଭା ଆସନ ପାଇଁ ହେବାକୁ ଥିବା ଭୋଟ ଗ୍ରହଣର ଅପେକ୍ଷାର ଅନ୍ତ ହୋଇଛି। ଶନିବାର ସକାଳୁ ସମସ୍ତ ୯୦ ଟି ଆସନ ପାଇଁ...

ମଙ୍କିପକ୍ସ ଟେଷ୍ଟିଂ କିଟ୍‌କୁ ଡବ୍ଲ୍ୟୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୫ା୧୦:ମଙ୍କିପକ୍ସ ରୋଗ ଚିହ୍ନଟ ପାଇଁ ପ୍ରଥମ ଟେଷ୍ଟିଂ କିଟ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଞ୍ଜୁରୀ ପ୍ରଦାନ କରିଛି। ମଙ୍କିପକ୍ସ ଭୂତାଣୁରୁ ସୃଷ୍ଟି ହେଉଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri