‘ରାତି ୮ଟାରେ ବଜାର ବନ୍ଦ ହେଲେ ଜନ୍ମନେବେ କମ ସନ୍ତାନ’: ପାକ ପ୍ରତିରକ୍ଷାମନ୍ତ୍ରୀ

ଇସଲାମାବାଦ,୬ ।୧: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ୱାଜା ଆଶିଫଙ୍କ ଏକ ଅଜବ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କହିଛନ୍ତି ଯେଉଁଠାରେ ବଜର ରାତି ୮ଟାରେ ବନ୍ଦ ହୋଇଯାଉଛି ସେଠାରେ କମ ସନ୍ତାନ ପ୍ରସବ ହେଉଛନ୍ତି ।
ମନ୍ତ୍ରୀଙ୍କର ଏହି ଓଲଟା ସିଧା ବୟାନକୁ ନେଇ ସୋସିଆଲ ମିଡିଆରେ ଏହାକୁ ଭାଇରାଲ କରାଯାଉଛି । ଏହାପଛରେ ମନ୍ତ୍ରୀଙ୍କର କ’ଣ ଉଦ୍ଦେଶ୍ୟ ରହିଛି ତାହା କେବଳ ସେ ହିଁ ଜାଣିଥିବେ । ହେଲେ ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଗଲାଣି । ସୂଚନଯୋଗ୍ୟ, ପାକିସ୍ତାନ ଏବେ ଉତ୍କଟ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଏକ ପ୍ରେସ କନଫରେନ୍ସରେ ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଏ ନେଇ ପ୍ରଶ୍ନ କରାଯାଇଥିଲା । ହେଲେ ମନ୍ତ୍ରୀ ଏହି ଅଜବ ଉତ୍ତର ରଖିଥିଲେ । ସେ କହିଥିଲେ ପାକିସ୍ତାନରେ ଯେଉଁଠି ରାତି ୮ଟାରେ ବଜାର ବନ୍ଦ ହୋଇ ଯାଉଛି ସେଠାରେ କମ ପିଲା ଜନ୍ମ ନେଉଛନ୍ତି । କିନ୍ତୁ ଆର୍ଥିକ ସମସ୍ୟା ସହ ଏହାର କ’ଣ ସମ୍ପର୍କ ରହିଛି ତାହା ଏବେ ପର୍ଯ୍ୟନ୍ତ ବୁଝା ପଡୁନାହିଁ ।

Share