Posted inଖେଳ

ରିଜର୍ଭ ଡେ’ରେ ମ୍ୟାଚ୍‌ ରଦ୍ଦ ହେଲେ ଏମିତି ହେବ ଭାରତର ସ୍ଥିତି

ନୂଆଦିଲ୍ଲୀ,୧୧।୯: ଏସିଆ କପ୍‌ର ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ବର୍ଷା ହେତୁ ମ୍ୟାଚ ଶେଷ ହୋଇପାରି ନାହିଁ ଏବଂ ବର୍ତ୍ତମାନ ମ୍ୟାଚ ଆଜି ରିଜର୍ଭ ଡେ’ରେ ଖେଳାଯିବ। ରିଜର୍ଭ ଡେ’ରେ ବି ବର୍ଷା ସମ୍ଭାବନା ରହିଛି। ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ଖେଳ ବନ୍ଦ ହେବା ସମୟରେ ଭାରତୀୟ ଦଳ ୨୪.୧ ଓଭରରେ ଦୁଇଟି ଉଇକେଟ୍‌ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଏହି ସ୍କୋରଠାର ଭାରତ ଖେଳିବା ଆରମ୍ଭ କରିବ। ଯଦି ରିଜର୍ଭ ଦିନରେ ମ୍ୟାଚ ସମାପ୍ତ ନ ହୁଏ ତେବେ କ’ଣ ହେବ?
ଯଦି ରିଜର୍ଭ ଦିନରେ ମଧ୍ୟ ମ୍ୟାଚ ସମାପ୍ତ ନ ହୁଏ ତେବେ ମ୍ୟାଚ ବାତିଲ ହେବ ବୋଲି ଘୋଷଣା କରାଯିବ। ଏଭଳି ପରିସ୍ଥିତିରେ ଉଭୟ ଦଳକୁ ପଏଣ୍ଟ ବାଣ୍ଟିବାକୁ ପଡ଼ିବ। ଏହାପୂର୍ବରୁ ସେପ୍ଟେମ୍ବର ୨ରେ ଗ୍ରୁପ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବର୍ଷା ବ୍ୟାଘାତ ସୃଷ୍ଟି କରିଥିଲା। ଉଭୟ ଦଳକୁ ପଏଣ୍ଟ ବାଣ୍ଟିବାକୁ ପଡିଥିଲା। ଯଦି ମ୍ୟାଚ ବାତିଲ ହୁଏ ତେବେ ଭାରତର ଆକାଉଣ୍ଟରେ ଗୋଟିଏ ପଏଣ୍ଟ ଯୋଡାଯିବ। ଏଥି ସହିତ ପାକିସ୍ତାନ ଦୁଇଟି ମ୍ୟାଚରେ ତିନୋଟି ପଏଣ୍ଟ ପାଇବ।
ସୁପର- ୪ର ପଏଣ୍ଟ ଟେବୁଲରେ ପାକିସ୍ତାନ ପ୍ରଥମ ସ୍ଥାନରେ ରହିଛି। ଗୋଟିଏ ମ୍ୟାଚ୍‌ରେ ଦଳର ଦୁଇଟି ପଏଣ୍ଟ ରହିଛି। ପାକିସ୍ତାନର ନେଟ ରନ୍‌ ରେଟ୍‌ ହେଉଛି +୧.୦୫୧। ଶ୍ରୀଲଙ୍କା ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଗୋଟିଏ ମ୍ୟାଚରେ ଏହାର ଦୁଇଟି ପଏଣ୍ଟ ମଧ୍ୟ ରହିଛି, କିନ୍ତୁ ନେଟ ରନ ହାରରେ ପାକିସ୍ତାନ ପଛରେ ରହିଛି। ଶ୍ରୀଲଙ୍କାର ନେଟ ରନ୍‌ ରେଟ୍‌ ହେଉଛି +୦.୪୨୦। ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତ ଏପର୍ଯ୍ୟନ୍ତ ପ୍ରଥମ ମ୍ୟାଚ ଖେଳି ନାହିଁ। ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ବାଂଲାଦେଶ ଦଳ ରହିଛି। ଦୁଇଟି ମ୍ୟାଚ୍‌ରେ ହାରି ଦଳ ଶୂନ ପଏଣ୍ଟ ପାଇଛି। ବାଂଲାଦେଶର ରନ୍‌ ରେଟ୍‌ ହେଉଛି -୦.୭୪୯।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଏ ସେହି ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୩ ବର୍ଷ ବୟସରେ ହେଲେ କୋଟିପତି

ନୂଆଦିଲ୍ଲୀ,୨୬।୧୧: ସାଉଦି ଆରବର ଜେଦାହରେ ଆଇପିଏଲ ନିଲାମୀ ଶେଷ ହୋଇଥିବା ବେଳେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ଭାବରେ ବିକ୍ରି ହୋଇ କୋଟିପତି...

IPL Auction: ୧୩ ବର୍ଷୀୟ ବ୍ୟାଟରଙ୍କ ଉପରେ ଟଙ୍କା ବର୍ଷା, ଏତେ କୋଟି ଟଙ୍କାରେ କିଣିଲା ଏହି ଟିମ୍

ନୂଆଦିଲ୍ଲୀ, ୨୫।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ପାଇଁ ଦୁଇ ଦିନିଆ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବରରେ...

ଦ୍ୱିତୀୟ ଦିନ ମେଗା ନିଲାମରେ ଏହି ୩ ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୫।୧୧: ଆଇପିଏଲ ୨୦୨୫ ମେଗା ନିଲାମରେ ସମସ୍ତ ୧୦ଟି ଦଳ ପ୍ରଥମ ଦିନରେ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି କାରଣରୁ ଦ୍ୱିତୀୟ ଦିନରେ...

”ଲାଗୁଛି ବହୁତ ଟଙ୍କା ଦେଇଦେଲି”, ରିଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣି ମନଦୁଃଖ କଲେ ଲକ୍ଷ୍ନୌ ମାଲିକ

ନୂଆଦିଲ୍ଲୀ,୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ ପାଇଁ ଦୁଇ ଦିନିଆ ନିଲାମ ଚାଲିଛି। ସୋମବାର ଏହାର ଦ୍ୱିତୀୟ ଦିନ ହୋଇଥିବା ବେଳେ ପ୍ରଥମ ଦିନରେ...

ଭୁବନେଶ୍ୱରଙ୍କୁ କିଣିବା ପାଇଁ ମୁମ୍ବାଇ-ଲକ୍ଷ୍ନୌ ମଧ୍ୟରେ ଟଣାଓଟରା: କିନ୍ତୁ, ବାଜି ମାରିନେଲା ଏହି ଟିମ୍‌

ନୂଆଦିଲ୍ଲୀ,୨୫।୧୧: ଭୁବନେଶ୍ୱର କୁମାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଛନ୍ତି। ଆଇସିପି ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆରସିବି ଭୁଭିଙ୍କୁ ମୂଳ ମୂଲ୍ୟଠାରୁ ବହୁ...

ମେଗା ନିଲାମରେ ପ୍ରଥମଥର ବିକ୍ରି ହେଲେନି ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୫।୧୧:ଆଇପିଏଲ୍‌ ୨୦୨୫ ମେଗା ନିଲାମର ଦ୍ୱିତୀୟ ଦିନରେ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ଅଜିଙ୍କେ ରାହାନେ ଏବଂ କେନ ଉଇଲିମସନଙ୍କ ଭଳି ଅନେକ ଷ୍ଟାର ଖେଳାଳି...

ଆକ୍ସନ ମୋଡ୍‌ରେ ରୋହିତ ଶର୍ମା: ଅଷ୍ଟ୍ରେଲିଆରେ ପହଞ୍ଚି…

ପର୍ଥ,୨୫।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଚମତ୍କାର ବିଜୟ ହାସଲ କରିଛି। ରୋହିତ...

ନମ୍ବର-୧ ହେଲା ଭାରତ: ଫାଇନାଲ୍‌ଠାରୁ ମାତ୍ର ୩ ପାଦ ଦୂରରେ

ପର୍ଥ,୨୫।୧୧: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଏହି ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri