ଭୁବନେଶ୍ୱର,୩୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଭାଜପା ପକ୍ଷରୁ ଲଗାତର ଭାବେ ପ୍ରସଙ୍ଗ କରାଯାଉଥିବା ବେଳେ ଏକ ସାକ୍ଷାତକାର ନବୀନ କହିଛନ୍ତି, ମୋ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି । ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି । ଭାଜପାର କିଛି ନେତା ୧୦ ବର୍ଷ ହେବ ମୋ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛନ୍ତି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ନବୀନ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ। ତା’ହେଲେ ମୋତେ ଫୋନ କରିପାରିଥାନ୍ତେ ଏବଂ ସ୍ବାସ୍ଥ୍ୟବସ୍ଥା ବାବଦରେ ବୁଝିପାରିଥାନ୍ତେ । କାରଣ ପ୍ରଧାନମନ୍ତ୍ରୀଙ୍କ ସହ ମୋର ଭଲ ସମ୍ପର୍କ। କିନ୍ତୁ ଏହା କରିବା ପରିବର୍ତ୍ତେ ମୋ ସ୍ବାସ୍ଥ୍ୟ ଖରାପ ଥିବା କହୁଛନ୍ତି।